ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ ୟୁକ୍ରେନ ଗସ୍ତରେ ଯାଇ ପାରନ୍ତି। ଏହା ପୂର୍ବରୁ, ଭାରତ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କରି ଦେଇଛି। ହେଲେ , ନୂଆ ଦିଲ୍ଲୀ ପକ୍ଷରୁ କୁହାଯାଇଛି , ଦୁଇ ଦେଶ ମଧ୍ୟରେ ଆମେ ବାର୍ତ୍ତା ପଠାଇବାରେ ସାହାଯ୍ୟ କରି ପାରିବୁ। କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦି ୨୩ ଅଗଷ୍ଟରେ ୟୁକ୍ରେନ ଗସ୍ତରେ ଯିବେ।
ବିଶେଷ କଥା ଏହା କି, ଫେବ୍ରୁଆରୀ ୨୦୨୨ରେ ରୁଷ୍ର ଆକ୍ରମଣ ପରେ କୌଣସି ବରିଷ୍ଠ ଭାରତୀୟ ନେତାଙ୍କ ଏହା ପ୍ରଥମ ଯାତ୍ରା। ଏହାସହ ୧୯୯୧ରେ ୟୁକ୍ରେନ୍ର ସ୍ୱାଧିନ ହେବା ପରେ ମଧ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଯାତ୍ରା ହେବ।
ୟୁକ୍ରେନ୍ର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଏଣ୍ଡ୍ରି ୟରମେକ୍ ଭାରତକୁ ନେଇ ଗତ ଦିନରେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ, ପିଏମ୍ ମୋଦି ୟୁକ୍ରେନ୍ରେ ଶାନ୍ତି ସ୍ଥାପନ କରିବାରେ ପ୍ରମୁଖ ଭୂମିକା ତୁଳାଇ ପାରନ୍ତି। ହେଲେ ସରକାରୀ ସୂତ୍ରାନୁସାରେ, ଭାରତ ଦୁଇ ଯୁଦ୍ଧରତ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ମଧ୍ୟସ୍ଥତା ଦାୟିତ୍ୱ ତୁଲାଇବାକୁ ମନା କରି ଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି , ଭାରତୀୟ ପକ୍ଷ ଉଭୟଙ୍କୁ ବାର୍ତ୍ତା ନିଶ୍ଚୟ ପଠାଇ ପାରେ।
ସୂଚନା ଯେ, ୟୁକ୍ରେନରେ ରୁଷ୍ ଆକ୍ସନର ସାର୍ବଜନିକ ଭାବେ ନିନ୍ଦା କରିବାରେ ଭାରତ ସଂଯମତା ରଖି ଆସିଛି। ନୂଆଦିଲ୍ଲୀ ୟୁଏନ୍ରେ ୟୁକ୍ରେନ ସମ୍ୱନ୍ଧିତ ଅଧିକାଂଶ ପ୍ରସ୍ତାବର ବିରୋଧରେ ମତଦାନ ଦେଇଛି ଅତବା ଏଥିରେ ଭାଗ ନେଇ ନାହିଁ। ଭାରତ କହି ଆସିଛି ଯେ ରୁଷ-ୟୁକ୍ରେନ ଉଭୟ କଥାବାର୍ତ୍ତା ଓ କୂଟନୀତି ଦ୍ୱାରା ଆଗକୁ ବଢିବା ଉଚିତ୍। ସ୍ଥାୟୀ ସମାଧାନ ଖୋଜିବାରେ ସବୁ ପ୍ରୟାସର ସମର୍ଥନ କରାଯିବ । ଯୁଦ୍ଧରୁ କୌଣସି ସମଧାନ ବାହାରିବ ନାହିଁ ।
ଏହି ଭିତରେ ଖବର ଆସିଛି କି, ୟୁକ୍ରେନ ରୁଷ୍ର କୁର୍ସ୍କ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ପୋଲକୁ ନଷ୍ଟ କରି ଦେଇଛି। ଏହାସହ ପାଖରେ ଥିବା ଆଉ ଏକ ପୋଲକୁ ହମଲା କରିଛି। ଏହି ହମଲାରେ ରୁଷୀୟ ସପ୍ଲାଇ ମାର୍ଗ ବାଧାପ୍ରାପ୍ତ ହୋଇ ଯାଇଛି। ରୁଷ୍ର କ୍ରେମଲିନ ସମର୍ଥକ ସେନା ବ୍ଲଗର୍ସ ଏହା ସ୍ୱୀକାର ମଧ୍ୟ କରିଛି।