ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଳଦ୍ବୀପରୁ ମେ' ୧୦ ତାରିଖ ସୁଦ୍ଧା ଫେରିବେ ଭାରତୀୟ ସେନା; ଉଭୟ ଦେଶ ମଧ୍ୟରେ ସହମତି

ନୂଆଦିଲ୍ଲୀ,୦୩/୦୨: ମାଳଦ୍ବୀପର ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ, ଭାରତ ଏହି ଦ୍ବୀପଦେଶରେ ଥିବା ତିନୋଟି ବିମାନ ପ୍ଳାଟଫର୍ମରୁ ଏହାର ସେନାକର୍ମୀଙ୍କୁ ବଦଳାଇବ। ଏହି ପ୍ରକ୍ରିୟାର ପ୍ରଥମ ପ୍ରର୍ଯ୍ୟାୟ ୧୦ ମାର୍ଚ୍ଚ ମଧ୍ୟରେ ପୂରା କରାଯିବ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ତମାମ ବିବାଦ ଭିତରେ ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା, ଏହାର କିଛି ଘଣ୍ଟା ପରେ ଏହି ବୟାନ ଆସିଥିଲା। ଉଭୟ ଦେଶର କୋର କମିଟି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟତଃ ମାଳଦ୍ବୀପରୁ ସେନା କର୍ମୀଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। 

ଗତ ମାସରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦ୍ବୀପଦେଶରୁ ଭାରତୀୟ ସେନାକୁ ମାର୍ଚ୍ଚ ୧୫ ତାରିଖ ଭିତରେ ପ୍ରତ୍ୟାହାର କରିବାକୁ କହିଥିଲେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଉଭୟ ପକ୍ଷ ମାଳଦ୍ବୀପର ଲୋକଙ୍କୁ ମାନବୀୟ ସହାୟତା ଏବଂ ମେଡିକାଲ ସୁବିଧା ଯୋଗାଉଥିବା ଭାରତୀୟ ସେନା ବାହିନୀର ଚଳାଚଳ ଜାରୀ ରଖିବା ପରେ ବି କିଛି ପାରଷ୍ପରିକ ସମାଧାନକୁ ସହମତି ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଉଚ୍ଚସ୍ଥରୀୟ କୋର୍‌ କମିଟିର ପରବର୍ତ୍ତି ବୈଠକ ମାଲେରେ ପାରଷ୍ପରିକ ସୁବିଧାଜନକ ଉପାୟରେ ଆୟୋଜିନ କରାଯିବ। 

ସୂଚନାଥାଉକି, ବର୍ତ୍ତମାନ ଭାରତର ପାଖାପାଖି ୮୦ ସେନାକର୍ମୀ ମାଳଦ୍ବୀପରେ ଅଛନ୍ତି; ଯେଉଁମାନେ କି ମୁଖ୍ୟତଃ ଦୁଇଟି ହେଲିକପ୍ଟର ଓ ଗୋଟିଏ ବିମାନର ପରିଚାଳନା କରୁଛନ୍ତି। ଏହାମାନଙ୍କ ମାଧ୍ୟମରେ ଶତାଧିକ ମେଡିକାଲ ଅପରେସନ୍‌ ଓ ମାନବୀୟ ସହାୟତା ମିଶନକୁ ପୂରା କରାଯାଇଛି। ଗତବର୍ଷ ନଭେମ୍ବରରେ ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ଥିବା ସୁସମ୍ପର୍କ ମଧ୍ୟରେ ବିବାଦ ଉପୁଜିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.