ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ (ବିସିସିଆଇ) ଟେଷ୍ଟ କ୍ରିକେଟ ଦୃଷ୍ଟିରୁ ନେଇଛନ୍ତି ଏକ ବଡ ନିଷ୍ପତ୍ତି। ବିସିସିଆଇ ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ ଆଡକୁ ଆକର୍ଷିତ କରିବା ପାଇଁ ଫି’ ବଢାଇବା ସହ ଇନସେଟିଭ ରାଶ ବଢାଇବା ଉପରେ ବିଚାର କରୁଛନ୍ତି। ସେଭଳି ଏକ କ୍ୟାଲେଣ୍ଡର ବର୍ଷରେ ସବୁ ଟେଷ୍ଟ ସିରିଜ୍ ଖେଳିଥିବା ଖେଳାଳିଙ୍କୁ ତାଙ୍କର ସେଣ୍ଟ୍ରାଲ କନଟ୍ରାକ୍ଟ ବ୍ୟତୀତ ବୋନ୍ସରେ ମଧ୍ୟ ପୁରସ୍କୃତ କରାଯିବ
ଉଲ୍ଲେଖନୀୟ ଏହି ପଦକ୍ଷେପ ଇଶାନ କିଷନ ଓ ଶ୍ରେୟସ୍ ଆୟର ଡୋମେଷ୍ଟିକ୍ କ୍ରିକେଟରେ ଭାଗ ନେବାକୁ ମନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁଇ ଖେଳାଳି ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪କୁ ନଜରରେ ରଖିଛି, ଏହି କାରଣରୁ ଦୁଇ ରଣଜୀ ମ୍ୟାଚ୍ରୁ ଗାଏବ ଥିଲେ। ବିସିସିଆଇ ସଚିବ ଜୟ ଶାହ ବହୁ ଚେତାବନୀ ନେତା ପରେ ମଧ୍ୟ ଏହି ଦୁଇ ଖେଳାଳି ରେଡ୍ ବଲ୍ କ୍ରିକେଟଠାରୁ ଅଲଗା ହୋଇଯାଇଛନ୍ତି।
ସେଭଳି ଇଶାନ କିଷନ, ଶ୍ରେୟସ୍ ଆୟରଙ୍କ ସହିତ ଏଭଳି ଖେଳାଳିଙ୍କୁ ସେଣ୍ଟ୍ରାଲ କନଟ୍ରାକ୍ଟ ଲିଷ୍ଟରୁ ସମ୍ପୂର୍ଣ୍ଣ ଭାବରେ ହଟାଇବାର କଥା ଚାଲିଛି, କିନ୍ତୁ ଏହା ଦେଖିବା ବାକି ରହିଛି ଯେ, ଏ ସମ୍ପର୍କରେ କୌଣସି କଡା ନିଷ୍ପତ୍ତି ନିଆଯିବ କି ନାହିଁ ? ଇଣ୍ଡିଆ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତୀୟ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ୍ ଫି’ ରୂପରେ ୧୫ଲକ୍ଷ ଟଙ୍କା, ପ୍ରତି ଦିନିକିଆ ମ୍ୟାଚ୍ରେ ୬ ଲକ୍ଷ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ୩ ଲକ୍ଷ ଟଙ୍କା ମିଳୁଛି। ଏବେ ବିସିସିଆଇର ତାଜା କାର୍ଯ୍ୟାନୁଷ୍ଠାନ ପରେ ଟେଷ୍ଟ କ୍ରିକେଟର ପେ’ ଷ୍ଟ୍ରକଚରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।