ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଇଣ୍ଡିଗୋ ବିମାନରେ ମହିଳାଙ୍କୁ ଅସଦାଚରଣ,ଏଫଆଇଆର ପରେ ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ,୧୧।୯: ବିମାନରେ ମହିଳାଙ୍କ ପ୍ରତି ନିର୍ଯାତନା ମାମଲା ବନ୍ଦ ହେଉନାହିଁ। ଏବେ ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଇଣ୍ଡିଗୋର ମୁଖପାତ୍ରଙ୍କ କହିବା ଅନୁସାରେ, ୧୦ ସେପ୍ଟେମ୍ବରରେ ଫ୍ଲାଇଟ୍ ନମ୍ବର ୬ଇ୫୩୧୯ରେ ଏହି ଘଟଣା ଘଟିଛି। ପୀଡିତ କଥିତ ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କରିବା ପରେ ବିମାନକୁ ଗୌହାଟିରେ ଅବତରଣ କରାଯାଇଥିଲା। ଏହାପରେ ଅଭିଯୁକ୍ତକୁ ଆସାମ ପୋଲିସ ଗିରଫ କରିଥିଲା। 


ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି, ଯାହା ଆଧାର‌ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି, ଯେଉଁଠି ଆବଶ୍ୟକ ହେବ ଆମେ ଯାଞ୍ଚରେ ସହାୟତା ପ୍ରଦାନ କରିବୁ। ସେ କହିଛନ୍ତି, ଆମେ ଅଭିଯୋଗ ମିଳିବା ପରେ ତୁରନ୍ତ ଆକ୍ସନ ନେଇଛୁ।  

ଏହା ପୂର୍ବରୁ ଦୁବାଇରୁ ଅମୃତସର ଯାଉଥିବା ବିମାନରେ ମହିଳାଙ୍କୁ ଅସଦାଚରଣ ମାମଲା ମଧ୍ୟ ସାମନାକୁ ବସିଥିଲା। ଶ୍ରୀଗୁରୁ ରାମଦାସଜୀ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଆସୁଥିବା ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ମହିଳା କ୍ରୁ ମେମ୍ବରଙ୍କୁ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ବିମାନ ଅମୃତସରରେ ପହଞ୍ଚିବା ପରେ ପୋଲିସ ତାକୁ ଗିରଫ କରିନେଇଥିଲା। ଗତ ଦୁଇ ମାସରେ ବିଭିନ୍ନ ବିମାନରେ ଅତି କମ୍‌ରେ ୪ଟି ଯୌନ ଉତ୍ପୀଡନ ମାମଲା ସାମନାକୁ ଆସିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.