ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଇନ୍‌ଷ୍ଟାଗ୍ରାମ୍‌ ବନ୍ଧୁକୁ ବିଶ୍ୱାସ କରି ଫସିଗଲେ ଯୁବତୀ, ଯାତ୍ରା ଦେଖିବାକୁ ଡାକି ଦୁଷ୍କର୍ମ କଲେ ବୟଫ୍ରେଣ୍ଡ

Published By : Prameya | February 2, 2024 12:11 PM

କୋଲାବିରା ୦୨/୦୨: ସୋସିଆଲ୍‌  ନେଟ୍‌ୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମେ ବନ୍ଧୁତା । ବାନ୍ଧବୀଙ୍କ ମନରେ ନିଜ ପାଇଁ ବିଶ୍ୱାସ ସୃଷ୍ଟି କରିବା ପରେ  ଯାତ୍ରା ଦେଖିବାକୁ ଡାକିଲେ ଯୁବକ ।  ହେଲେ ଇନ୍‌ଷ୍ଟା ବନ୍ଧୁକୁ ବିଶ୍ୱାସ କରି ଫସିଗଲେ ଯୁବତୀ । ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇ ଦୁଷ୍କର୍ମ କରିଥିଲେ ଯୁବକ । ଘଟଣା ପରେ ମାନସିକ ଚାପଗ୍ରସ୍ତ ଯୁବତୀ ଏଣେତେଣେ  ବୁଲିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ଏହାପରେ ଘଟଣା ପ୍ରଘଟ ହେବା ସହ ପୁଲିସ ଅଭିଯୁକ୍ତକୁ ଗିରଫ  କରିଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା  କୋଲାବିରା ଥାନାଞ୍ଚଳର ଏହି ଘଟଣାକୁ  ନେଇ ବିଭିନ୍ନ ମହଳରେ ତୀବ୍ର ଉଦ୍‌ବେଗ  ପ୍ରକାଶ ପାଇଛି ।   

ସୂଚନାମତେ, କୋଲାବିରା ଥାନା  ଅଞ୍ଚଳର ସମ୍ପୃକ୍ତ ଯୁବତୀଙ୍କ ସହ ଏହି  ଥାନା ଅଧୀନ କୁଲିହାମାଲ ପଞ୍ଚାୟତ  ସମାସିଂହା ଅଞ୍ଚଳର ଆନନ୍ଦ କିଶାନଙ୍କର  ଇନ୍‌ଷ୍ଟାଗ୍ରାମରେ କିଛିଦିନ ତଳେ ବନ୍ଧୁତା  ହୋଇଥିଲା । ପରେ ଫୋନ୍‌ ନମ୍ବର  ଦିଆନିଆ ହୋଇ କଥାବାର୍ତ୍ତା ଚାଲିଲା । ଯୁବତୀଙ୍କ ମନରେ ତାଙ୍କ ପାଇଁ ବିଶ୍ୱାସ  ଜାତ କରିବା ପରେ ଆନନ୍ଦ ସମାସିଂହା  ମକରଯାତ୍ରା ଦେଖି ଆସିବା ପାଇଁ ଯୁବତୀଙ୍କୁ  ନିମନ୍ତ୍ରଣ କରିଥିଲା । ସତକୁ ସତ ୨୭  ତାରିଖ ସମାସିଂହା ଯାତ୍ରା ଦେଖିବାକୁ  ଆସିଥିଲେ ଯୁବତୀ । ଏହାପୂର୍ବରୁ ସେ  ଆନନ୍ଦକୁ ଦେଖି ନଥିଲେ । ତେବେ ମକର ଯାତ୍ରରେ ନିଛାଟିଆ ସ୍ଥାନକୁ ନେଇ ଆନନ୍ଦ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ଏକୁଟିଆ ଛାଡ଼ି ଚାଲି ଯାଇଥିଲା ।   ଘଟଣା ପରେ ଯୁବତୀ ଜଣକ ଘରକୁ  ଯାଇ କାହାକୁ କିଛି କହି ନଥିଲେ ।  ମାତ୍ର ମାନସିକ ଦୁଃଶ୍ଚିନ୍ତାରେ ୨୯  ତାରିଖରେ ଝାରସୁଗୁଡ଼ା ଯାଇ ପୁଣି ବସରେ ସମ୍ବଲପୁରକୁ ଯାଇଥିଲେ ।  .

ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଜଣେ ମହିଳାଙ୍କ ପାଖରେ ସେ ଆଶ୍ରୟ  ନେଇଥିଲେ । ଏ ବିଷୟରେ ଅଇଁଠାପାଲି ଥାନା ପୁଲିସ ସୂଚନା ପାଇ ଯୁବତୀଙ୍କୁ  ଉଦ୍ଧାର କରି କୋଲାବିରା ଥାନା ପୁଲିସକୁ  ହସ୍ତାନ୍ତର କରିଥିଲା । ପୁଲିସ ଯୁବତୀଙ୍କୁ ଝାରସୁଗୁଡ଼ା ସଖୀ କେନ୍ଦ୍ରରେ ଥଇଥାନ  କରିଥିଲା । ପରେ ଯୁବତୀଙ୍କ ଅଭିଯୋଗ  କ୍ରମେ କୋଲାବିରା ଥାନାରେ ଏକ ମାମଲା  ରୁଜୁ ହୋଇ ପୁଲିସ ତଦନ୍ତ କରିଥିଲା । ଏହାସହ ଯୁବତୀଙ୍କ ଡାକ୍ତରୀ ମାଇନା  ସହ ମାଜିଷ୍ଟ୍ରେଟ ସମ୍ମୁଖରେ ବୟାନ  ରେକର୍ଡ କରାଯାଇଥିଲା । ଗୁରୁବାର  ପୁଲିସ ଅଭିଯୁକ୍ତ ଆନନ୍ଦ କିଶାନକୁ ଗିରଫ  କରି କୋର୍ଟ ଚାଲାଣ କରିଥିବା ଆଇଆଇସି  ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.