ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ତ ରାଜ୍ୟ ଗଞ୍ଜେଇ ଚାଷୀ ଗିରଫ

କାଲିମେଳା, ୧୭/୪ :  ବିଶ୍ଵସ୍ତ ସୂତ୍ରରୁ ଖବରପାଇ କାଲିମେଳା ପୋଲିସର ଗୋଟିଏ ଦଳ ସମେତ ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ଜଣେ ଏକ୍ସଜୁକ୍ୟୁଟିବ ମାଜିଷ୍ଟ୍ରେଟଙ୍କୁ ସାଥିରେ ନେଇ କୁର୍ମାନୁର ପଂଚାୟତର ଗୁରାଲୁର ଗାଁର ଘଞ୍ଚ ଜଙ୍ଗଲର ପାହାଡ଼ିଆ ଅଞ୍ଚଳରେ ପ୍ରାୟ ୪ଏକର ଜାଗାରେ ଦୁଇ ତିନି ବର୍ଷ ଧରି ଗଞ୍ଜେଇ ଚାଷ କରାଯାଇଥିବା ୭୨୦୦ଟି ଗଞ୍ଜେଇ ଗଛ କାଟିକି ଗୋଟିଏ ଜାଗାରେ ଗଦେଇ ନିଆଁ ଲଗେଇ ଦେଇଥିଲେ । ଯାହାକି ଅତି ଉନ୍ନତ ମାନର ଟେକ୍ନୋଲୋଜିରେ କରାଯାଇଥିଲା । 

ଏ ନେଇ  କାଲିମେଳା ପୋଲିସ ଥାନାରେ ଗତ ୨୦୨୪ ଜାନୁଆରୀ ୨୮ରେ  ଏକ ମାମଲା ରୁଜୁ କରାଯାଇଥିଲା ଓ ଏହାର ଅଧିକ ତଦନ୍ତରୁ କାଲିମେଳା ପୋଲିସ ଜାଣିବାକୁ ପାଇଲେ ଯେ କାଲିମେଳା ଥାନା ଅନ୍ତର୍ଗତ ଏମଭି  ୯୦ ଗାଁର ଅଶିତ ମଣ୍ଡଳ ସହିତ ମିଶିକି କର୍ଣ୍ଣାଟକ ରାଜ୍ୟର ମହିଶୂର ଅଞ୍ଚଳର ଅଥଗୁର ଥାନା ଅଧୀନ ସ୍ବର୍ଗତ ସଦାଶିବଙ୍କ ୪୧ବର୍ଷ ବୟସର ପୁଅ ଲୋହିତ ଅଥଗୁର ସଦାଶିବଙ୍କ ସହ ପାଟନର କରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରୁଥିଲେ ଓ ଚାଷ ପାଇଁ ଯେତେ ଟଙ୍କା ଦରକାର ପଡ଼ିଲେ ମଧ୍ୟ ଲୋହିତ ଅଥଗୁର ସଦାଶିବ କର୍ଣ୍ଣାଟକର ମହିଶୂରରେ ରହି ଖର୍ଚ୍ଚ କରୁଥିଲେ।

ଯେଉଁଥିପାଇଁ ସେ ଅନଲାଇନରୁ ଗଞ୍ଜେଇ ମଞ୍ଜି ମଗାଇ ଏହି ଚାଷ ହାଇ ଟେକ୍ନୋଲୋଜିରେ ପାହାଡ଼ ଭିତରେ କରୁଥିଲେ ଓ ଏ ସବୁ ଗଞ୍ଜେଇକୁ କର୍ଣ୍ଣାଟକ ରାଜ୍ୟର ମୋହିଶୂର ଅଞ୍ଚଳରେ ଓ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ । ଏ ନେଇ ମାଲକାନଗିରି ଜିଲ୍ଲାର ଏସଡିପିଓଙ୍କ ନିର୍ଦେଶକ୍ରମେ ଗୋଟିଏ ଟିମ ଗଠନ କରାଯାଇ କର୍ଣ୍ଣାଟକର ମହିଶୂରକୁ ଯାଇ ଲୋହିତ ଅଥଗୁର ସଦାଶିବ ଗିରଫ କରି ଆଣି କୋର୍ଟ ଚାଲାଣ କରିଛି କାଲିମେଳା ଥାନା ପୋଲିସ । ସେ ମହିଶୂରରେ ଜଣେ ଆଇଟିଆନ ଭାବେ ମହିଶୂର ଉଇପ୍ରୋରେ କାମ କରନ୍ତି ବୋଲି ଜଣାପଡିଛି । ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳରେ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କୋରିଆସୁଥିଲେ ଜିଲ୍ଲାର ପୋଲିସ ପ୍ରଶାସନ କିନ୍ତୁ ପ୍ରଥମ ଥର କରି ଜଣେ ଅନ୍ତରାଜ୍ୟ ଗଞ୍ଜେଇ ଚାଷୀ କୁ କାଲିମେଳା ପୋଲିସ ଗିରଫ କରି କୋର୍ଟ  ଚାଲାଣ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.