ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ସୁପର ସନ୍‌ଡେ'ରେ ସୁପର ଫାଇନାଲ୍: ଚିପକ୍‌ରେ ମୁହାଁମୁହିଁ ହେବେ ନାଇଟ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ,୨୬/୦୫: ଦୀର୍ଘ ଦୁଇ ମାସ ଧରି  ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ କ୍ରିକେଟ୍‌ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଆସୁଥିବା ଆଇପିଏଲ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ରବିବାର ଫାଇନାଲ୍‌ ମୁକାବିଲା ସହ ଆଇପିଏଲ୍‌ର ରୋମାଞ୍ଚ ଶେଷ ହେବ। ଟାଇଟଲ ଲଢ଼େଇରେ ଅବତ୍ତୀର୍ଣ୍ଣ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଚିପକ ଷ୍ଟାଡ଼ିୟମ୍‌ରେ ଖେଳାଯିବ ଏହି ମୁକାବିଲା । ନାଇଟ ରାଇଡର୍ସ ତୃତୀୟ ଓ ସନରାଇଜର୍ସ  ଦ୍ୱିତୀୟ ଟାଇଟଲ ପାଇଁ ପ୍ରୟାସ କରିବେ ।  

୭୩ଟି ମ୍ୟାଚ୍‌ ଶେଷ ହେବା ପରେ ଫାଇନାଲ୍‌ ମୁକାବିଲାକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ । ତଥାପି ନାଇଟ ରାଇଡର୍ସର ପଲା ଭାରି ରହିବା  ଆଶା କରାଯାଉଛି । କାରଣ ନାଇଟ ରାଇଡର୍ସ  ଉଭୟ ଲିଗ୍‌ ପର୍ଯ୍ୟାୟ ଓ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ସନରାଇଜର୍ସକୁ ହରାଇ ସାରିଛି। ଲିଗ୍‌ ମୁକାବିଲାଟି ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମେ ବ୍ୟାଟିଂ କରି ୨୦୮ ରନ ସଂଗ୍ରହ କରିବା ସତ୍ତେ୍ୱ ନାଇଟ୍‌ ରାଇଡର୍ସ ମାତ୍ର ୪ ରନ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମ କ୍ୱାଲିଫାୟର ମୁକାବିଲା ଏକତରଫା ରହିଥିଲା । ସନରାଇଜର୍ସ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।  

ଏହି ପରାଜୟରୁ ଉପଯୁକ୍ତ ଶିକ୍ଷା ଲାଭ କରି ସନରାଇଜର୍ସ ପରବର୍ତ୍ତୀ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ବର୍ତ୍ତମାନ  ନାଇଟ ରାଇଡର୍ସକୁ ହରାଇବା ପାଇଁ ସନରାଇଜର୍ସ ପ୍ରସ୍ତୁତ। ମଧ୍ୟକ୍ରମ ବ୍ୟାଟିଂକୁ ନେଇ ଦଳ ସାମାନ୍ୟ  ଚିନ୍ତାରେ ରହିଥିଲେ ହେଁ ରବିବାର ଟସ ପୂର୍ବରୁ ସବୁ ସମସ୍ୟା ଦୂର ହୋଇଯିବ। ଦ୍ୱିତୀୟ କ୍ୱାଲିଫାୟର ଜିତିବା ପରେ ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ହୋଇଥିବା ପ୍ରମାଣ ମିଳିଛି ।  

ପ୍ରଥମ କ୍ୱାଲିଫାୟର ଜିତିବା ପରେ ନାଇଟ୍‌ ରାଇଡର୍ସକୁ ବିଶ୍ରାମ ନେବା ପାଇଁ ୫ଦିନ ମିଳିଥିଲା। ଫଳରେ ଅଭ୍ୟାସ ପାଇଁ ଦଳକୁ ଯଥେଷ୍ଟ ସମୟ ମିଳିଛି । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବୋଲିଂ ବିଭାଗରେ ମଧ୍ୟ ଯଥେଷ୍ଟ ବିକଳ୍ପ ରହିଛି । ତେଣୁ ନାଇଟ ରାଇଡର୍ସ ଟ୍ରଫିର  ପ୍ରମୁଖ ଦାବିଦାର ରହିଥିବା ସ୍ପଷ୍ଟ ଜଣା ପଡ଼ୁଛି ।  

ମୋଟ୍‌ ଉପରେ ଦେଖିବାକୁ ଗଲେ ରବିବାର ସନରାଇଜର୍ସର ବ୍ୟାଟର ଓ ନାଇଟ୍‌ ରାଇଡର୍ସର ସ୍ପିନରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ। ଟ୍ରେଭିସ ହେଡ୍‌ଙ୍କ ଉପରେ ନଜର ରହିବା ସ୍ୱାଭାବିକ । ମାତ୍ର ହେନରିକ କ୍ଲାସେନ ପ୍ରଥମ ମ୍ୟାଚ୍‌ରେ ଅଧା ରହିଯାଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ । ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ସତର୍କତା ଅବଲମ୍ବନ କଲେ ବିଶାଳ ସ୍କୋର ସମ୍ଭବ ହୋଇ ପାରିବ । ଏଠାରେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । 

ସମ୍ଭାବ୍ୟ ଏକାଦଶ

ନାଇଟ ରାଇଡର୍ସ :ସୁନିଲ  ନାରାଏନ, ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ  ଆୟର, ଶ୍ରେୟାସ ଆୟର(ଅଧିନାୟକ),  ନିତିଶ ରାଣା, ରିଙ୍କୁ ସିଂହ, ଆନ୍ଦ୍ରେ  ରସେଲ, ରମଣଦୀପ ସିଂହ, ମିଚେଲ  ଷ୍ଟାର୍କ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।  (ଇମ୍ପାକ୍ଟ ପ୍ଲେୟାର: ବୈଭବ ଆରୋରା ।) 

ସନରାଇଜର୍ସ : ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା, ରାହୁଲ  ତ୍ରିପାଠୀ, ନିତିଶ କୁମାର ରେଡ୍ଡୀ, ଗ୍ଲେନ  ଫିଲିପ୍ସ/ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ସାହବାଜ  ଅହମ୍ମଦ, ପ୍ୟାଟ କମିନ୍ସ(ଅଧିନାୟକ),  ଭୁବନେଶ୍ୱର କୁମାର, ମୟଙ୍କ ମାର୍କଣ୍ଡେ ।  (ଇମ୍ପାକ୍ଟ ପ୍ଲେୟାର: ଟି ନଟରାଜନ)

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.