ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

IPL 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସରେ ହେବ ରନ୍ ବର୍ଷା

କୋଲକାତା,୨୯/୦୪: ଆଇପିଏଲ୍‌ର ୪୭ତମ ଲିଗ୍‌ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ୍‌  ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ  ସାମ୍ନାସାମ୍ନି ହେବେ । କେକେଆର୍‌ ଘରୋଇ  ଗ୍ରାଉଣ୍ଡ୍‌ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍‌  ଖେଳିବ । ଗତ ୨୬ ତାରିଖରେ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ  ଭେଟିଥିଲା । ମ୍ୟାଚ୍‌ରେ ମୋଟ ୫୨୩ରନ୍‌  ସଂଗୃହୀତ ହୋଇଥିଲା ଏବଂ ପଞ୍ଜାବ କିଙ୍ଗ୍‌ସ  ଲକ୍ଷ୍ୟର ପିଛା କରି ସର୍ବବୃହତ୍‌ ବିଜୟ  ରେକର୍ଡ଼ ସ୍ଥାପନ କରିଥିଲା । 

କେକେଆର୍‌ ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି ।  ଅନ୍ୟ ପଟରେ କ୍ୟାପିଟାଲ୍ସ କ୍ରମାନ୍ୱୟରେ ୨ଟି  ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି । ଇଡେନ ପିଚ୍‌ ବ୍ୟାଟରଙ୍କୁ ସୁହାଉ ଥିବାରୁ  ସୋମବାର ବଡ଼ ସ୍କୋର ହେବା ନିଶ୍ଚିତ । କେକେଆର୍‌ ଓ କ୍ୟାପିଟାଲ୍ସ ଗତ  ଏପ୍ରିଲ ୩ତାରିଖରେ ପ୍ରଥମ ଥର ପରସ୍ପରକୁ  ଭେଟିଥିଲେ । କେକେଆର ୧୦୬ରନ୍‌ରେ  ଏହି ମ୍ୟାଚ୍‌ ଜିତିଥିଲା । ସୋମବାର  କ୍ୟାପିଟାଲ୍ସ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଉଭୟ ଦଳରେ ଏକାଧିକ ବଡ଼  ହିଟର ରହିଛନ୍ତି । ଫଳରେ ଇଡେନ୍‌ରେ ଛକା ଓ ଚୌକା ବର୍ଷା ଦେଖିବାକୁ ମିଳିବ । କେକେଆର୍‌ ୮ଟି ମ୍ୟାଚ୍‌ ଖେଳି ୫ବିଜୟ  ସହ ମୋଟ ୧୦ପଏଣ୍ଟ ପାଇଛି । 

ସୋମବାର କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍‌ ଆଶା ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଷ୍ଟାର୍‌ ବ୍ୟାଟର  ସୁନୀଲ ନାରାଏନ୍‌, ଫିଲ୍ଟ ସଲ୍ଟ, ଆନ୍ଦ୍ରେ  ରସେଲ ଫର୍ମରେ ରହିଛନ୍ତି । ନାରାଏନ୍‌  ୩୫୭ରନ୍‌ ସଂଗ୍ରହ କରି ସାରିଛନ୍ତି । ବୋଲିଂ  ବିଭାଗର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି । 

କ୍ୟାପିଟାଲ୍ସ ୧୦ଟି ମ୍ୟାଚ୍‌ରୁ ୫ବିଜୟ ସହ ମୋଟ ୧୦ପଏଣ୍ଟ ପାଇଛି । ଦଳର ଯୁବ ବ୍ୟାଟର ଜାକ୍‌ ଫ୍ରେଜର-ମ୍ୟାକ୍‌ଗର୍କଙ୍କ ବ୍ୟାଟିଂ  ସମ୍ପ୍ରତ୍ତି ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମୁମ୍ବାଇ  ବିପକ୍ଷ ମ୍ୟାଚ୍‌ରେ ସେ ୨୭ଟି ବଲ୍‌ରୁ ୮୪  ରନ୍‌ ସଂଗ୍ରହ କରିଥିଲେ ।ସେହିପରି ରିଷଭ ପନ୍ତ, ଟ୍ରିଷ୍ଟନ ଷ୍ଟବ୍ସ ଜବରଦସ୍ତ ଫର୍ମରେ  ଅଛନ୍ତି । ପେସ୍‌ ବୋଲର ମୁକେଶ କୁମାରଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ସୁଦୃଢ଼ କରିଛି । 

ଇଡେନ ଗାର୍ଡେନ୍ସ ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ । ଏଠାରେ ୫ଟି ମ୍ୟାଚ୍‌ ଖେଳାଯାଇଛି ।  ସବୁ ମ୍ୟାଚ୍‌ରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେଇଛନ୍ତି । ସୋମବାର ଆଉଏକ  ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । 

ସମ୍ଭାବ୍ୟ ଏକାଦଶ 

କେକେଆର୍‌: ଫିଲ୍‌ ସଲ୍ଟ, ସୁନୀଲ  ନାରାଏନ୍‌, ଅଙ୍ଗକ୍ରିଶ ରଘୁବଂଶୀ, ଶ୍ରେୟାସ  ଆୟର, ଭେଙ୍କଟେଶ ଆୟର, ରିଙ୍କୁ ସିଂହ,  ଆନ୍ଦ୍ରେ ରସେଲ, ରମଣଦୀପ ସିଂହ,  ଦୁଷ୍ମନ୍ତ ଚାମୀରା/ମିଚେଲ ଷ୍ଟାର୍କ, ବରୁଣ  ଚକ୍ରବର୍ତ୍ତୀ, ହର୍ଷିତ ରାଣା । (ଇମ୍ପାକ୍ଟ  ପ୍ଲେୟାର- ଅନୁକୂଳ ରୟ/ସୂୟାଶ ଶର୍ମା) 

କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଜାକ୍‌ ଫ୍ରେଜରମ୍ୟାକ୍‌ଗର୍କ, ସାଇ ହୋପ, ରିଷଭ ପନ୍ତ  (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ  ପୋରେଲ/କୁମାର କୁଶାଗ୍ର, ଅକ୍ଷର ପଟେଲ,  କୁଲଦୀପ ଯାଦବ, ଲିଜାର୍ଡ ୱିଲିୟମ୍ସ,  ମୁକେଶ କୁମାର, ଖଲିଲ ଅହମ୍ମଦ ।  (ଇମ୍ପାକ୍ଟ ପ୍ଲେୟାର- ରସିଖ ସଲାମ)

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.