ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ

ଜୟପୁର, ୨୮/୦୩: ଘରୋଇ ଗ୍ରାଉଣ୍ଡରେ ଦମ୍ ଦେଖାଇଲା ରାଜସ୍ଥାନ ରୟାଲ୍ସ । ଚଳିତ ଆଇପିଏଲ୍ ସିଜିନରେ କ୍ରମାଗତ ଭାବେ ଜିତିଲା ଦ୍ୱିତୀୟ ମ୍ୟାଚ୍ । ଜୟପୁରରେ ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ମ୍ୟାଚକୁ ୧୨ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୮୫ ରନ୍ ।

୨୮୬ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳୀୟ ସ୍କୋର୍ ୩୦ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ମିଚେଲ୍ ମାର୍ଶ । ତା ପରେ କୌଣସି ରନ୍ ନକରି ପ୍ୟାଭିଲିୟନ୍ ଫେରିଥିଲେ ରିକି ଭୁଇ । ଦିଲ୍ଲୀ ୯୭ ରନ୍ କରିଥିବା ବେଳେ ବ୍ୟକ୍ତିଗତ ୪୯ ରନ୍ କରି ଡେଭିଡ୍ ୱାର୍ଣ୍ଣର ଆଉଟ୍ ହୋଇଥିଲେ ।

ଏହା ପରେ ଦିଲ୍ଲୀ କ୍ୟାପିଟାଲକୁ ଲାଗିଥିଲା ଚତୁର୍ଥ ଝଟକା । ଦଳୀୟ ସ୍କୋର ୧୦୫ ରନ୍ ହୋଇଥିବା ବେଳେ ଋଷଭ ପନ୍ତ ଓ ୧୨୨ ରନ୍ ହୋଇଥିବା ବେଳେ ଅଭିଷେକ ପୋରେଲ୍ ଆଉଟ୍ ହୋଇଥିଲେ । ଟ୍ରିଷ୍ଟାନ ଷ୍ଟବ୍ସ ଅପରାଜିତ ୪୪ ରନ୍ ଓ ଅକ୍ଷର ପଟେଲ ଅପରାଜିତ ୧୫ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀ ୫ ୱିକେଟ୍ ହରାଇ ୧୭୩ ରନ୍ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ନନ୍ଦ୍ରେ ବର୍ଗର ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଭେଷ ଖାନ ଗୋଟିଏ ସଫଳତା ପାଇଥିଲେ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ରୟାଲ୍ସ ହୋମ୍ ଗ୍ରାଉଣ୍ଡରେ ୫ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଓପନିଂ ପାଇଁ ଆସିଥିଲେ ଯଶସ୍ୱୀ ଜୟସ୍ୱାଲ୍ ଓ ଜୋସ ବଟଲର । ଦଳୀୟ ସ୍କୋର୍ ୯ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ୫ ରନ୍ କରି ଆଉଟ୍ ହୋଇଥିଲେ ଜୟସ୍ୱାଲ ।

ଏହାପରେ ଦଳୀୟ ସ୍କୋର୍ ୩୦ ରନ୍ ହୋଇଥିବା ବେଳେ ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ପ୍ୟାଭିଲିୟନ୍ ଫେରିଥିଲେ । ଦଳୀୟ ସ୍କୋର୍ ୩୬ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ବଟଲର୍ । ଏହା ପରେ ରାଜସ୍ଥାନ ରୟାଲ୍ସ ଲାଗି ରିୟାନ୍ ପରାଗ ଏକାକୀ ଲଢ଼ିଥିଲେ । ୪୫ ବଲରେ ରିୟାନ୍ ୭ଟି ଚୌକା, ୬ଟି ଚୌକା ସହାୟତାରେ ୮୪ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଜୁରେଲ୍ ୨୦ ରନ୍, ଶିମ୍ରନ ହେଟମିର ୧୪ ରନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.