ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇରାକ୍‌ରେ ଇରାନ୍ ସମର୍ଥିତ ଅସ୍ତ୍ରାଗାର ଉପରେ ଆକ୍ରମଣ; ଇସ୍ରାଏଲ୍‌ ଉପରେ ବଢ଼ିଲା ସନ୍ଦେହ

Image source: NBT

ନୂଆଦିଲ୍ଲୀ,୨୦/୦୪: ଇରାକରେ ଏକ ଅସ୍ତ୍ରଗାର ଉପରେ ଆକ୍ରମଣ ହୋଇଛି। ଶୁକ୍ରବାର ଦିନ ବାଗଦାଦର ଦକ୍ଷିଣରେ ଇରାକର ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ (ପିଏମ୍ଏଫ୍) ଦ୍ୱାରା ବ୍ୟବହୃତ ସାମରିକ ବେସ୍‌ରେ ଏକ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଇରାକ ଗଣମାଧ୍ୟମ ଦାବି କରିଛି ଯେ ଏହି ଆକ୍ରମଣ ମିଲିସିଆର ସାମରିକ ବେସକୁ ଟାର୍ଗେଟ କରି ଏକାଧିକ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଛି। ଜେରୁଜେଲମ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ ଦୁଇଟି ପୃଥକ ଆକ୍ରମଣ କରାଯାଇଥିଲା। ଦୁଇଟି ପିଏମ୍‌ଏଫ୍‌ ସୂତ୍ରରୁ ଦାବି କରାଯାଇଛି ଯେ ଏହି ଆକ୍ରମଣରେ କାହାର କୌଣସି କ୍ଷୟକ୍ଷତି ହୋଇ ନାହିଁ, କିନ୍ତୁ ସାମଗ୍ରୀକ କ୍ଷତି ହୋଇଛି।

ନିକଟସ୍ଥ ହିଲା ସହରର ଏକ ଡାକ୍ତରଖାନାର ରିପୋର୍ଟରେ କୁହାଯାଇଛି ଯେ ଜଣେ ପିଏମଏଫ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ତେବେ ପିଏମଏଫ ଏହାର ବିବୃତ୍ତିରେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛି। ପିଏମଏଫ ଏକ ବିବୃତ୍ତିରେ କହିଛି ଯେ ଏହି ବିସ୍ଫୋରଣରେ ଶାରୀରିକ କ୍ଷତି ଓ ଆଘାତ ଲାଗିଛି। ବାଗଦାଦଠାରୁ ପ୍ରାୟ ୫୦ କିଲୋମିଟର ଦକ୍ଷିଣରେ ଥିବା ଇସ୍କାଣ୍ଡାରିଆ ସହର ନିକଟ କାଲସୋ ସାମରିକ ବେସରେ ପିଏମଏଫ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ଅଲ ହାଦଥଙ୍କ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ତିନିଟି ଏଫ୍-୩୫ ଜେଟ୍ ଦ୍ୱାରା କରାଯାଇଥିଲା।

ଆମେରିକାର ନେତୃତ୍ୱାଧୀନ ମିଳିତ ମେଣ୍ଟ ଏକ ବିବୃତ୍ତିରେ କହିଛି ଯେ ଏହି ଆକ୍ରମଣରେ ସେ ଅଂଶୀଦାର ନାହିଁ, କିନ୍ତୁ ଆକ୍ରମଣର ରିପୋର୍ଟ ଉପରେ ନଜର ରଖିଛି। ମିଳିତ ମେଣ୍ଟ ଏକ ବିବୃତ୍ତିରେ କହିଛି ଯେ ଇରାକର କୌଣସି ସ୍ଥାନ ଉପରେ ମିଳିତ ବାହିନୀ ଆକ୍ରମଣ କିମ୍ବା ଅଂଶଗ୍ରହଣ କରି ନାହିଁ। ଆମେ ଏହି ଘଟଣାର ତଦାରଖ କରୁଛୁ ଏବଂ ଆମର ଇରାକୀ ସହଯୋଗୀଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛୁ। ଏକ ରିପୋର୍ଟରେ କୁହାଯାଇଛି ଯେ ଡଜନେ ଆମେରିକୀୟ ଏବଂ ଇସ୍ରାଏଲ୍ ବିମାନ ଇରାକ ଚାରିପଟେ ଉଡ଼ୁଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.