ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ପଣବନ୍ଦୀଙ୍କ ତାଲିକା ଦେଲାନି ହମାସ୍, ଶାନ୍ତି ବାର୍ତ୍ତାରୁ ପଛକୁ ହଟିଲା ଇସ୍ରାଏଲ୍

କାହିରା, ୦୪/୦୩: ଇସ୍ରାଏଲ୍-ହମାସ୍ ମଧ୍ୟରେ ଶାନ୍ତି ବାର୍ତ୍ତା ପୁଣି ଥରେ ଅଟକିଛି । ଇସ୍ରାଏଲ୍ ଗଣମାଧ୍ୟମ ଅନୁସାରେ, ହମାସକୁ ସମସ୍ତ ଜୀବିତ ପଣବନ୍ଦୀଙ୍କ ତାଲିକା ମଗା ଯାଇଥିଲା, ଯାହା ମିଳି ନାହିଁ । ହମାସ୍ ତାଲିକା ନ ଦେବା ପରେ ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବ ପ୍ରସ୍ତାବ ଉପରୁ ଇସ୍ରାଏଲ୍ ପଛକୁ ହଟିଛି । ଏହା ଦ୍ୱାରା ଗାଜାରେ ଶାନ୍ତି ସ୍ଥାପିତ ପାଇଁ କରା ଯାଉଥିବା ପ୍ରୟାସକୁ ଝଟକା ଲାଗିଛି ।

ଯୁଦ୍ଧବିରତି ନେଇ ଇଜିପ୍ଟର କାହିରାରେ ଆଲୋଚନା ହେବାର ଥିଲା । ଏଥିପାଇଁ ହମାସର ଏକ ପ୍ରତିନିଧି ମଣ୍ଡଳୀ କାହିରାରେ ପହଞ୍ଚିଛନ୍ତି । କିନ୍ତୁ ଇସ୍ରାଏଲର କୌଣସି ପ୍ରତିନିଧି ଯାଇ ନାହାନ୍ତି । କାହିରାରେ ଯୁଦ୍ଧବିରତି ପ୍ରସ୍ତାବ ଉପରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ସହମତି ହୋଇଥିଲେ ଗାଜାରେ ୬ ସପ୍ତାହ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହୋଇଥାନ୍ତା ।

ଇସ୍ରାଏଲର ଗଣମାଧ୍ୟମ ଅଧିକାରୀଙ୍କ ସୂତ୍ରରୁ କହିଛି, କାହିରାରେ ଇସ୍ରାଏଲର ପ୍ରତିନିଧି ମଣ୍ଡଳ ପହଞ୍ଚି ନାହାନ୍ତି । ହମାସ୍ ପଣବନ୍ଦୀଙ୍କ ତାଲିକା ଦେବାକୁ ମନା କରି ଦେଇଛି । ତେଣୁ ଇସ୍ରାଏଲ୍ ପ୍ରତିନିଧି ମଣ୍ଡଳକୁ ପଠାଇବାର କୌଣସି କାରଣ ନାହିଁ । 

ତେବେ ଦିନକ ତଳେ ଆମେରିକା ଜୋର୍ ଦେଇ କହିଥିଲା, ଯୁଦ୍ଧବିରତି ଚୁକ୍ତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ରମଜାନ୍ ଆରମ୍ଭର ସପ୍ତାହକ ପୂର୍ବରୁ ଲାଗୁ କରାଯିବ । କିନ୍ତୁ ଯୁଦ୍ଧ କରୁଥିବା ଇସ୍ରାଏଲ୍ ଓ ହମାସ୍ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଦାବିରୁ ପଛକୁ ହଟିବା ନେଇ ବହୁତ କମ୍ ସଂକେତ ଦେଉଛନ୍ତି ।

ହମାସ୍ ପ୍ରତିନିଧି କାହିରାରେ ପହଞ୍ଚିବା ପରେ ଜଣେ ଫିଲିସ୍ତିନ୍ ଅଧିକାରୀ କହିଛନ୍ତି, ଏବେ ପର୍ଯ୍ୟନ୍ତ ଚୁକ୍ତି ହୋଇ ନାହିଁ । ତେବେ ଏହା ଉପରେ ଇସ୍ରାଏଲ୍ ଅଧିକାରୀ ଅଧିକାରୀକ ମନ୍ତବ୍ୟ ଦେଇ ନାହାନ୍ତି । ଶନିବାର ଆମେରିକା କହିଥିଲା, ବୁଝାମଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ସବୁକିଛି ହମାସ୍ ଉପରେ ନିର୍ଭର କରୁଛି । 

ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ ଅତର୍କିତ ଆକ୍ରମଣ କରିଥିଲା । ଇସ୍ରାଏଲରେ ପଶି ପ୍ରାୟ ୧୨୦୦ ନାଗରିକଙ୍କୁ ହତ୍ୟା କରିବା ପରେ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ୍ ଆତଙ୍କବାଦୀ । ସେବେଠାରୁ ଗାଜା ଉପରେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଥିବା ବେଳେ ଯୁଦ୍ଧରେ ୩୦ ହଜାରରୁ ଅଧିକ ଫିଲିସ୍ତିନଙ୍କ ମୃତ୍ୟୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.