ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନେତନ୍ୟାହୁ ଓ ହମାସ ଦୁହେଁ ଛାଡିଲେ ଜିଦି, ରାଫାରେ ଏହି କଥା ଉପରେ ହେଲା ‘ସାମରିକ ବିରାମ’

ନୂଆଦିଲ୍ଲୀ,୧୬।୬: ଦକ୍ଷିଣ ଗାଜାର ସହର ରାଫାରେ ଜୋରଦାର ନରସଂହାର ଭିତରେ ଇସ୍ରାଏଲି ସେନା ଓ ହମାସ ସଂଘର୍ଷ ବନ୍ଦ ହୋଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ନିର୍ଦେଶରେ ଆଇଡିଏଫ୍ ଓ ଅନ୍ୟପଟେ ହମାସ ରବିବାର ଲଗାତାର ଯୁଦ୍ଧ କରିବାର ଜିଦି ଛାଡି ଦେଇଛି। ଆଇଡିଏଫ୍‌ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଅଧିକରୁ ଅଧିକ ମାନବୀୟ ସହାୟତା ପହଁଞ୍ଚାଇବା ପାଇଁ ଦିନକ ପାଇଁ ସହର ଉପରେ ଆକ୍ରମଣ କରାଯିବନି।

ସେନା କହିଛି ଯେ, ରାଫାରେ ସକାଳ ୮ଟାରୁ ନେଇ ସନ୍ଧ୍ୟା ୭ଟା ଯାଏ ’ସାମରିକ ବିରାମ’ ରହିବ ଓ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ତାହା ବଳବତ୍ତର ରହିବ। ଅନ୍ୟପକ୍ଷେ ହମାସ ମଧ୍ୟ ସାମରିକ ବିରାମ ପାଇଁ ସମ୍ମତ୍ତି ପ୍ରକାଶ କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଗତ କିଛି ମାସ ହେବ ଚାଲିଥିବା ସଂଘର୍ଷ ଭିତରେ  ମୃତକଙ୍କ ଭିତରେ ନିର୍ଦୋଷୀ ପାଲେଷ୍ଟାଇନ୍ ରହିଛନ୍ତି। ଏପର୍ଯ୍ୟନ୍ତ ଯୁଦ୍ଦରେ ପ୍ରାୟ ୪୦ ହଜାର ଲୋକଙ୍କର ଜୀବନ ଯାଇ ସାରିଛି। 

ଇସ୍ରାଏଲର ରାଫାରେ ଗତ କିଛି ଦିନ ତଳେ ଏକ ଶରଣାର୍ଥୀଙ୍କ ଶିବିର ଉପରେ ଟାର୍ଗେଟ କରାଯାଇଥିଲା। ଏଥିରେ ଅନେକଙ୍କ ଜୀବନ ଯାଇଥିଲା। ହେଲେ ଇସ୍ରାଏଲ କହିଥିଲା, ହମାସକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା, ସେମାନେ ଶିବିରରେ ସାଧାରଣ ଲୋକଙ୍କ ଭିତରେ ଶରଣ ନେଇଥିଲେ।ରାଫା ପୂର୍ବରୁ ଗାଜାରେ ମଧ୍ୟ ଇସ୍ରାଏଲ ସେନାର ଜୋରଦାର ତାଣ୍ଡବ କରିସାରିଛି। ଏଥିରେ ବହୁ ସଂଖ୍ୟା ମହିଳା ଓ ଶିଶୁଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲ ସେନା କହିଥିଲା ଆକ୍ରମଣରେ ହମାସ କମାଣ୍ଡର ନିହତ ହୋଇଛନ୍ତି। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.