ନୂଆଦିଲ୍ଲୀ, ୨୫/୦୩: ଦୁନିଆର ଶକ୍ତିଶାଳୀ ଦେଶ ଗୁଡ଼ିକର ଧ୍ୟାନ ଉତ୍ତର କୋରିଆ ଆକର୍ଷିତ କରୁଛି । ନିକଟରେ ଋଷ ଓ ଉତ୍ତର କୋରିଆ ସମ୍ପର୍କ ଆହୁରି ମଜଭୁତ୍ ହୋଇଥିବା ସାରା ଦୁନିଆ ଦେଖିଛି । ଏବେ ଜାପାନ ବି ଉତ୍ତର କୋରିଆ ଆଡ଼କୁ ଟାଣି ହୋଇ ଯାଉଛି । ଜାପାନ କହିଛି, ବିନା କୌଣସି ସର୍ତ୍ତରେ ଉତ୍ତର କୋରିଆ ସହ ଆଲୋଚନା କରିବାକୁ ରାଜି ।
ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା କହିଛନ୍ତି, ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କ ସହ ବିନା କୌଣସି ସର୍ତ୍ତରେ ସେ ଆଲୋଚନା କରିବାକୁ ଚାହୁଁଛନ୍ତି । ସେ ଆହୁରି କହିଛନ୍ତି, କିମ୍ ଜୋଙ୍ଗଙ୍କ ସହ ଶିଖର ସମ୍ମିଳନୀ ଲାଗି ପ୍ରୟାସକୁ ସେ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ।
ସେପଟେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ କହିଛନ୍ତି, ଜାପାନ ପିଏମ୍ ଆଲୋଚନା ପାଇଁ ଆଗ୍ରହ ଦେଖାଇ ଛନ୍ତି । ଜାପାନ ଚାହୁଁଛି ଉତ୍ତର କୋରିଆ ସହ ବିନା ସର୍ତ୍ତରେ ଆଲୋଚନା । କିମ୍ ଜୋଙ୍ଗ କହିଛନ୍ତି, ଉତ୍ତର କୋରିଆ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଜାପାନର ବ୍ୟବହାରିକ ଓ ରାଜନୈତିକ ନିଷ୍ପତ୍ତି ବଡ଼ ଭୂମିକା ନେବ ।
ରିପୋର୍ଟ ଅନୁସାରେ, କିମ୍ ଜୋଙ୍ଗ ଉନଙ୍କ ସହ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା କିମ୍ ଜୋଙ୍ଗଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି । ଏହାର ଅର୍ଥ ନୁହେଁ କିମ୍ ଜୋଙ୍ଗ ତାଙ୍କ ସହ କଥା ହେବେ । ଅନ୍ୟପଟେ ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ ଅଫ୍ କୋରିଆକୁ ଜାପାନ ବିରୋଧ କରୁଥିବାରୁ ସେ ଆମର ଶତ୍ରୁ ବୋଲି କହିଛନ୍ତି କିମ୍ ଜୋଙ୍ଗ ଉନ୍ ।