ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜାପାନରେ ଦୂର ହେବ ଶ୍ରମିକ ଅଭାବ ସମସ୍ୟା, ରେଳବାଇ କାମରେ ନିୟୋଜିତ ହେଲା ରୋବୋ

ନୂଆଦିଲ୍ଲୀ ୦୬/୦୭: ଜାପାନ ରେଳବାଇ ଏକ ନୂଆ ମାନବ ରୋବୋକୁ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିଯୁକ୍ତ କରିଛି । ଏଇଟି ସାଇନ୍ସ ଫିକ୍ସନ୍‌ ଫିଲ୍ମର ଭିଲେନ୍‌ଭଳି ଦିଶୁଛି, କିନ୍ତୁ ପେଣ୍ଟିଂ ଓ  ବଗିଚା କାମ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଛି । 

ଏହି ରୋବୋ କମ୍ପାନିର  ଅଧ୍ୟକ୍ଷ କାଜୁଆକି ହସେଗୱା କହିଛନ୍ତି, ଭବିଷ୍ୟତରେ ସମସ୍ତ ପ୍ରକାର ଭିତ୍ତିଭୂମିର  ରକ୍ଷଣାବେକ୍ଷଣ କାର୍ଯ୍ୟରେ ଆମେ ମେସିନ୍‌ ବ୍ୟବହାର କରିବୁ । ଶ୍ରମିକ ଅଭାବ କ୍ଷେତ୍ରରେ ଏହି ପ୍ରୟାସ  ଫଳପ୍ରଦ ହେବ ବୋଲି ସେ  ଆଶା କରୁଛନ୍ତି । ଟ୍ରକ୍‌ ଉପରେ ଚଢ଼ିଥିବା ଏହି  ରୋବୋ ରେଳ ଉପରେ ମଧ୍ୟ ଚଢ଼ିପାରେ । ଏହାର ଉଚ୍ଚତା ୪୦ ଫୁଟ । ପ୍ରାୟ ୪୦ କିଲୋ ପର୍ଯ୍ୟନ୍ତ ଓଜନ ଏହା ଉଠାଇପାରେ । ବିଭିନ୍ନ ଉପକରଣ ସହିତ ଏହାର ବାହୁକୁ ସଂଲଗ୍ନ କରାଯାଇପାରେ । ତୂଳି ଧରି ଚିତ୍ର କରିବାଠୁ ଚେନ୍‌ଶ ପରିଚାଳନା ମଧ୍ୟ କରିପାରେ । ଟ୍ରକ୍‌ର କକ୍‌ପିଟ୍‌ରେ ବସିଥିବା ଚାଳକ ଜଣକ  ରୋବୋର ଶକ୍ତିଶାଳୀ ଅଙ୍ଗ ଓ ହାତକୁ ନିୟନ୍ତ୍ରଣ କରୁଥିଲେ । ରୋବୋର ଆଖି ଜରିଆରେ ଦେଖିବା ଲାଗି ସେ କ୍ୟାମେରା ବ୍ୟବହାର କରୁଥିଲେ । 

ରୋବୋଟି ପ୍ରଥମେ ରେଳ ଲାଇନ୍‌ ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟିବା କାମ ଉପରେ ଫୋକସ୍‌ କରିବ । ଟ୍ରେନ୍‌ ଉପରେ ତାର ସମର୍ଥିତ ଧାତୁ ଫ୍ରେମ୍‌ଗୁଡ଼ିକୁ ପେଣ୍ଟ୍‌ ମଧ୍ୟ କରିବ । ଜାପାନରେ ବୟସ୍କଙ୍କ ସଂଖ୍ୟାବୃଦ୍ଧି ସମୟରେ କର୍ମଚାରୀଙ୍କ ଅଭାବ ପୂରଣ କରିବାରେ ଏହା ସହାୟକ ହେବ ବୋଲି କମ୍ପାନିର ବିଶେଷଜ୍ଞମାନେ ଆଶା କରୁଛନ୍ତି । ସେତିକି ନୁହେଁ,  ଉଚ୍ଚ ସ୍ଥାନରୁ ପଡ଼ିଯିବା କିମ୍ବା ବିଦ୍ୟୁତ୍‌ ଆଘାତ ଭଳି ଦୁର୍ଘଟଣା ମଧ୍ୟ ଏହା ହ୍ରାସ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.