ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିଓ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ପକ୍ଷରୁ "ଜିଓ ଫାଇନାନ୍ସ" ଆପ୍‌ ବିଟା ଭର୍ସନ ଶୁଭାରମ୍ଭ

ମୁମ୍ବାଇ,୧/୬ : ଜିଓ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଲିମିଟେଡ୍‌ "ଜିଓ ଫାଇନାନ୍ସ" ଆପ୍‌ (ବିଟା ମୋଡ୍‌ ରେ) ଆରମ୍ଭ କରିବାକୁ ଘୋଷଣା କରିଛି । ଯାହା ଦୈନନ୍ଦିନ ଆର୍ଥିକ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଥିବା ଏକ ଅତ୍ୟାଧୁନିକ ପ୍ଲାଟଫର୍ମ   । ଏହି ଆପ୍‌ ଏକ ଉପଭୋକ୍ତା-ଅନୁକୂଳ ଏକକ ଇଣ୍ଟରଫେସରେ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ (ଟଚଓ) କାରବାର, ବିଲ୍‌ ସମାଧାନ, ବୀମା ପରାମର୍ଶ ଏବଂ ହିସାବକିତାବ ଓ ସଞ୍ଚୟର ଏକ ସାମଗ୍ରିକ ଦୃଶ୍ୟପଟ ପ୍ରଦାନ କରୁଛି  ।

ସୁବିଧାଜନକ ନାଭିଗେସନ୍‌ ପାଇଁ ଡିଜାଇନ୍‌ ହୋଇଥିବା, "ଜିଓ ଫାଇନାନ୍ସ" ଆପ୍‌ ଆର୍ଥିକ ଟେକ୍ନୋଲୋଜି ସହିତ ଅଳ୍ପ ବହୁତ ପରିଚିତ ସମସ୍ତ ଉପଭୋକ୍ତାମାନଙ୍କୁ ଅନାୟାସରେ ସେମାନଙ୍କ ନିଜ ହାତରେ ଅର୍ଥ ପରିଚାଳନାରେ ସମର୍ଥ କରିବା ସୁନିଶ୍ଚିତ କରିବ  । ଗ୍ରାହକଙ୍କ ପରିବର୍ତ୍ତନଶୀଳ ଆବଶ୍ୟକତା ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ ଭବିଷ୍ୟତ ଯୋଜନା ମଧ୍ୟରେ ରହିଛି ମ୍ୟୁଚୁଆଲ୍‌ ଫଣ୍ଡ ଉପରେ ଋଣ ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୃହ ଋଣ ପର୍ଯ୍ୟନ୍ତ ଋଣ ସମାଧାନର ସମ୍ପ୍ରସାରଣ  ।

"ଜିଓ ଫାଇନାନ୍ସ" ବିଶ୍ୱାସ, ପ୍ରାସଙ୍ଗିକତା ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇଥାଏ ତଥା ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଅନୁଭୂତିରେ ଲଗାତାର ଉନ୍ନତି ପାଇଁ ଉପଭୋକ୍ତା ମତାମତ ନେଇ କାର୍ଯ୍ୟ କରିଥାଏ  । ଏହାର ପ୍ରମୁଖ ବିଶେଷତାଗୁଡିକ ମଧ୍ୟରେ ରହିଛି "ଜିଓ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ" ଫିଚର ସହିତ ତତକ୍ଷଣାତ୍‌ ଡିଜିଟାଲ୍‌ ଆକାଉଣ୍ଟ୍‌ ଖୋଲିବା ଏବଂ ସୁଗମ ବ୍ୟାଙ୍କ ପରିଚାଳନା । ଗ୍ରାହକ ସନ୍ତୁଷ୍ଟି ସୁନିଶ୍ଚିତ କରିବାକୁ, "ଜିଓ ଫାଇନାନ୍ସ" ବିଟା ଭର୍ସନରେ ଆରମ୍ଭ ହେବ ଏବଂ ଉନ୍ନତ କରିବା ବ୍ୟବହାରକାରୀମାନଙ୍କ ମତାମତ ଆମନ୍ତ୍ରଣ କରିବ  ।

"ଜିଓଫାଇନାନ୍ସ ଆପକୁ ବଜାରରେ ପ୍ରବେଶ କରାଇବାକୁ ଆମେ ବେଶ ଉତ୍ସାହିତ । ଏକ ପ୍ଲାଟଫର୍ମ ଯାହା ଆଜିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ପରିଚାଳନା ପଦ୍ଧତିକୁ ପୁନଃନିର୍ଦ୍ଧାରିତ କରିବାକୁ ଲକ୍ଷ୍ୟ ରଖିବ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଯେକୌଣସି ଉପଭୋକ୍ତା ପାଇଁ ଗୋଟିଏ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ଜିନିଷକୁ ସରଳ ଭାବେ ପ୍ରସ୍ତୁତ କରିବା  । ସମସ୍ତ ଜନସାଧାରଣଙ୍କୁ ଋଣ ପ୍ରଦାନ, ନିବେଶ, ବୀମା, ଦେୟ ପ୍ରଦାନ ଏବଂ କାରବାର ଭଳି ବିସ୍ତୃତ ସୁବିଧା ସହିତ ଆର୍ôଥକ ସେବାକୁ ଅଧିକ ସ୍ୱଚ୍ଛ ଓ ସୁଲଭ କରିବା ଏହି ଲକ୍ଷ୍ୟର ଅଂଶ" ବୋଲି ଏକ କମ୍ପାନୀ ମୁଖପାତ୍ର ପ୍ରକାଶ କରିଛନ୍ତି   ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.