ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

JNU ଛାତ୍ରସଂଘ ନିର୍ବାଚନ ,୩ ଦଶକ ପରେ ପ୍ରେସିଡେଣ୍ଟ ପଦ ଜିତିଲେ ଦଳିତ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (JNUSU) ନିର୍ବାଚନରେ ଦୀର୍ଘ ୩ ଦଶକ ପରେ ଜଣେ ଦଳିତ ଛାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବାମପନ୍ଥୀ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଧନଞ୍ଜୟ ଜେଏନୟୁ ଛାତ୍ର ସଂଗଠନର ପ୍ରେସିଡେଣ୍ଟ ହୋଇଛନ୍ତି।  ୟୁନାଇଟେଡ୍‌ ଲେଫ୍ଟ ପ୍ୟାନେଲ୍ ଆରଏସଏସ୍‌ ସହ ଜଡିତ ଏବିଭିପି(ଅଖିଳ ଭାରତୀୟ ବିଦ୍ୟାର୍ଥୀ  ପରିଷଦ)କୁ ହରାଇ କ୍ଲିନ୍ ସ୍ବିପ୍ କରିଛି। 

୪ ବର୍ଷ ପରେ ହୋଇଥିବା ଏହି ନିର୍ବାଚନରେ , ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ୍(ଏଆଇଏସଏ)ର ଧନଞ୍ଜୟ ୨,୫୯୮ ଭୋଟ ହାସଲ କରି JNUSUର ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛନ୍ତି। ସେଭଳି ଏବିଭିପିର ଉମେଶ ସି ଅଜମିରାଙ୍କୁ ୧,୬୭୬ ଭୋଟ ମିଳିଥିଲା। JNUSUର ନବ ନିର୍ବାଚିତ ଅଧ୍ୟକ୍ଷ ଧନଞ୍ଜୟଙ୍କ ଘର ହେଉଛି ବିହାର। ଧନଞ୍ଜୟଙ୍କ ବାପା ଜଣେ ପୋଲିସ କର୍ମଚାରୀ। ୧୯୯୬-୯୭ ମସିହାରେ ବତି ଲାଲ ବେରୱା ପ୍ରଥମ ଦଳିତ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଠାରୁ ପ୍ରେସିଡେଣ୍ଟ ଭାବେ କୌଣସି  ଦଳିତ ପ୍ରାର୍ଥୀ ବିଜୟୀ ହୋଇ ପାରୁନଥିଲେ। ଦୀର୍ଘ ୨୮ ବର୍ଷ ପରେ ଦ୍ୱିତୀୟ ଦଳିତ ପ୍ରେସିଡେଣ୍ଟ ଭାବେ ଧନଞ୍ଜୟ ନିର୍ବାଚିତ ହୋଇଛନ୍ତି।

ଜିତିବା ପରେ ଧନଞ୍ଜୟ କହିଛନ୍ତି, ଏହି ବିଜୟ ଜେଏନ୍‌ୟୁର ଛାତ୍ରଙ୍କ ଏକ ଜନମତ ସଂଗ୍ରହ। ସେ ଘୃଣା ଓ ହିଂସାର ରାଜନୀତିକୁ ଗ୍ରହଣ କରନ୍ତି ନାହିଁ। ଛାତ୍ରମାନେ ପୁଣିଥରେ ଆମ ଉପରେ ଭରସା ଦେଖାଇଲେ।। ଆମେ ତାଙ୍କ ଅଧିକାର ପାଇଁ ଲଢେଇ କରିବୁ ଓ ସେହି ପ୍ରସଙ୍ଗ ଉପରେ କାମ କରିବୁ, ଯାହା ଛାତ୍ରଙ୍କ ସହ ଜଡିତ। କ୍ୟାମ୍ପସରେ ମହିଳାଙ୍କ ସୁରକ୍ଷା, ଫଣ୍ଡରେ କାଟ୍‌, ସ୍କଲାରସିପ୍‌, ମୌଳିକ ସୁବିଧା ଓ ଜଳ ସଙ୍କଟ ଆରମ୍ଭରୁ ହିଁ ଛାତ୍ର ସଂଘର ବଡ଼ ପ୍ରାଥମିକତା ରହିଛି। ଧନଞ୍ଜୟଙ୍କ ବିଜୟ ପରେ ଜେଏନ୍‌ୟୁରେ ‘ଲାଲ ସଲାମ୍’ ଓ ‘ଜୟ ଭୀମ୍’ର ନାରା ଗୁଞ୍ଜରିତ ହୋଇଥିଲା। ସେଭଳି ଛାତ୍ର ସଂଘ ନିର୍ବାଚନରେ ଅନ୍ୟ ତିନୋଟି ପଦରେ  ମଧ୍ୟ ବାମ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.