ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ନବୀକରଣ ହେଉ, ରାଜ୍ୟପାଳଙ୍କୁ ଭେଟିଲେ ସମ୍ବାଦପତ୍ରର ସମ୍ପାଦକ

ଭୁବନେଶ୍ୱର,୨୪/୦୮: ରାଜ୍ୟରେ କାର୍ଯ୍ୟରତ  ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ  ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ  କରାଯାଉ । ରାଜ୍ୟପାଳ ରଘୁବର ଦାସ ଏନେଇ  ରାଜ୍ୟ ସରକାରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ ।  ରାଜ୍ୟରୁ ପ୍ରକାଶ ପାଉଥିବା ସାପ୍ତାହିକ, ପାକ୍ଷିକ,  ମାସିକ ସାମ୍ବାଦପତ୍ର (ସୂଚନା ଓ ଲୋକ ସମ୍ପର୍କ  ବିଭାଗ ସହ ଅନୁବନ୍ଧିତ) ଗୁଡ଼ିକର ସମସ୍ୟା ସହ  ଅନେକ ବିଷୟରେ ଆଜି ରାଜଭବନରେ ଏକ  ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ  ଭେଟିବା ଅବସରରେ ଏହି ଦାବି ରଖିଛନ୍ତି । ଏଥିସହ  ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ମଧ୍ୟ  ସେମାନଙ୍କୁ ଏ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ  ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କ ସହିତ ଆଲୋଚନା କରିବା ସହ  ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  

ଚଳିତ ମାସ ୩୧ ତାରିଖରେ ଗୋପବନ୍ଧୁ  ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଅବଧି ଶେଷ ହେଉଛି ।  ପ୍ରତିବର୍ଷ ଅଗଷ୍ଟରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା  ପୂର୍ବରୁ ସାମ୍ବିଦକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ  କାର୍ଡ଼ ମିଳିଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା  ନବୀକରଣ ହୋଇନାହିଁ । ଏହି ଯୋଜନାରେ ବାପା  ଓ ମା’ଙ୍କୁ ସାମିଲ୍‌ କରିବାକୁ ମଧ୍ୟ କୁହାଯାଇଛି । ଏ  ପ୍ରସଙ୍ଗକୁ ନେଇ ଏକ ୧୦ ଜଣିଆ ପ୍ରତିନିଧି ଦଳ  ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟିଥିଲେ । ସମ୍ବାଦପତ୍ରର  ସମ୍ପାଦକମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ  ପକ୍ଷରୁ ପରିଚୟ ପତ୍ର ପାଇଛନ୍ତି । ସେମାନଙ୍କୁ  ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ  ଭବନ ପ୍ରବେଶ ପାଇଁ ଅନୁମତିପତ୍ରର ବ୍ୟବସ୍ଥା  କରିବା ପାଇଁ ଦାବି କରିଥିଲେ । ଏଭଳି ଅନେକ ଦାବି  ବିଷୟରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ।  

ରାଜ୍ୟପାଳ ଶ୍ରୀ ଦାସ ସାମ୍ବାଦିକମାନଙ୍କ ଏହି  ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା  କରି ପଦକ୍ଷେପ ନେବେ ବୋଲି କହିଥିଲେ ।  ଏହି ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ  ପ୍ରଦ୍ୟୁମ୍ନ କୁମାର ମହାନ୍ତି, ହୃଷିକେଶ ମହାନ୍ତି,  ବିଜୟ ପଣ୍ଡା, ଅଜୟ ଦାସ, ଅଶୋକ ସାହୁ,  ମାଧବାନନ୍ଦ ବେଉରା, ବ୍ରାହ୍ମିପ୍ରିୟା ସାମନ୍ତରାୟ,  ଚିତ୍ତରଞ୍ଜନ ପଟ୍ଟନାୟକ, ଦେବକାନ୍ତ ମହାପାତ୍ର  ଏବଂ ମଧୁସୂଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.