ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାକଟପୁର ଆସନ ପାଇଁ ନାମାଙ୍କନ ଭରିଲେ ତୁଷାରକାନ୍ତି ବେହେରା, ବିରୋଧୀଙ୍କ ନିଦ ହଜାଇଲା ତୁଷାରଙ୍କ ପଟୁଆର

ଅସ୍ତରଙ୍ଗ ୧୩/୦୫: ହାଇଭୋଲଟେଜ ଆସନରୁ ହାଇଭୋଲଟେଜ ଲଢେଇ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତର ମାଟିର ପୁଅ ତୁଷାରକାନ୍ତି ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତାହାରି ଭିତରେ ତୁଷାରଙ୍କ ଜନ୍ମମାଟି ନଗରରୁ ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ରାସ୍ତାଘାଟ ହୋଇଥିଲା ଲୋକାରଣ୍ୟ, ଶଙ୍ଖଧ୍ୱନି କମ୍ପୁଥିଲା ମଇଦାନ୍। ପୁରୀ ଅତିରିକ୍ତଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା। ରିଟର୍ଣ୍ଣି ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ )କୈଳାଶ ଚନ୍ଦ୍ର ନାୟକ ଙ୍କ ନିକଟରେ ପ୍ରାଥୀପତ୍ର ଦାଖଲ କରିଥିଲେ କାକଟପୁର ନିର୍ବାଚନ ମଣ୍ଡଳୀବିଧାୟକ ପ୍ରାଥୀ ତୁଷାରକାନ୍ତି ବେହେରା।

ଶୋଭାଯାତ୍ରା ପୂର୍ବରୁ ବିଧାୟକପ୍ରାଥୀ ତୁଷାରକାନ୍ତି ନିଜ ଜନ୍ମମାଟି ବାଲିଡିଆ ଗ୍ରାମର ଗ୍ରାମଦେବତୀ ମା ବାସୁଳେଇଙ୍କୁ ମଥାପାତି ପ୍ରଣାମ ହେବା ସହ ଗୁରୁଗୁରୁଜନଙ୍କ ଆଶୀର୍ବାଦ ନେଇ ନିଜ ସମର୍ଥକଙ୍କ ସହ ନିଜଘରୁ ବାହାରି ଶୋଭାଯାତ୍ରାରେ ଅସ୍ତରଙ୍ଗ ବଜାର ଦେଈ କାକଟପୁର ଟ୍ରଷ୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। 

ସକାଳ ୯ଘଟିକାରେ ବିରାଟ ପଟୁଆରରେ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ , ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା ସରପଞ୍ଚ ଓ କର୍ମୀଙ୍କ ସାଙ୍ଗରେ କାକଟପୁର ବଜାର ଦେଇ କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳାଙ୍କ ନିକଟରେ ପହଂଚିଥିଲେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାଥୀ ତୁଷାରକାନ୍ତି ବେହେରା। ମା 'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆର୍ଶିବାଦ କାମନା କରିଥିଲେ। ଏହି ଅବସରରେ ସେ କହିଥିଲେ "ମା ମଙ୍ଗଳାଙ୍କ ଡୋରି ଲାଗିବାରୁ ଏ କାକଟପୁର ମାଟିର ସେବା କରିବାକୁ ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି। ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ କାକଟପୁର ଗଢିବା ଦିଗରେ କାମ କରିବୁ ବୋଲି କହିଥିଲେ।


ନାମାଙ୍କନ ଶୋଭାଯାତ୍ରାଟି ଅସ୍ତରଙ୍ଗ ବ୍ଲକ ନଗରରୁ ବାହାରି ଅସ୍ତରଙ୍ଗ, କାକଟପୁର, କୁଣ୍ଢେଇ, ବାଲିଦୋକାନ, କୋଣାର୍କ, ରାମଚଣ୍ଡୀ ଦେଇ ପୁରୀ ଅତିରିକ୍ତଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲା। ରିଟର୍ଣ୍ଣି ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ )କୈଳାଶ ଚନ୍ଦ୍ର ନାୟକଙ୍କ ନିକଟରେ ପ୍ରାର୍ଥି ପତ୍ର ଦାଖଲ କରିଥିଲେ କାକଟପୁର ନିର୍ବାଚନ ମଣ୍ଡଳୀବିଧାୟକ ପ୍ରାଥୀ ତୁଷାରକାନ୍ତି ବେହେରା। ନାମାଙ୍କନ ଦାଖଲ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଉପସ୍ଥିତ ଥିଲେ କାକଟପୁର ନିର୍ବାଚନ ମଣ୍ଡଳୀ ଦୁଇ ରିଟର୍ଣ୍ଣି ଅଫିସର ତଥା ତହସିଲିଦାର ଅଙ୍କିତା ଅନିନ୍ଧିତା ଓ ପ୍ରିୟଙ୍କାପ୍ରିୟଦର୍ଶନୀ ପତି। ନାମାଙ୍କନ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ ତୁଷାରକାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.