ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଫିଲ୍ମ 'ଏମରଜେନ୍ସି' ବିବାଦ ମଧ୍ୟରେ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା ରାଣାଓ୍ବତ, 'ଭାରତ ଭାଗ୍ୟ ବିଧାତା' ରେ ଆସିବେ ନଜର

ନୂଆଦିଲ୍ଲୀ,୦୩/୦୯:ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ନେଇ ଶିରୋନାମାରେ ରହିଛନ୍ତି । ଏପରିକି ସେନ୍ସର ବୋର୍ଡ ମଧ୍ୟ ଫିଲ୍ମ ରିଲିଜକୁ ସାର୍ଟିଫିକେଟ ଦେଇନଥିବା ଜଣାପଡିଛି । ଫଳରେ ଫିଲ୍ମ ରିଲିଜ ସ୍ଥଗିତ ହୋଇଛି । ହେଲେ ଏପରି ସମୟରେ ଅଭିନେତ୍ରୀଙ୍କ ନୂଆ ଫିଲ୍ମ ମଧ୍ୟ ଘୋଷଣା କରାଯାଇଛି । ଯାହାର ନାଁ 'ଭାରତ ଭାଗ୍ୟ ବିଧାତା' । ଫିଲ୍ମରେ ସାଧାରଣ ଲୋକଙ୍କ ସଂଘର୍ଷ ଏବଂ ତାଙ୍କ ଉପଲବ୍ଧି ଦର୍ଶାଯିବ ।

ତେବେ କଙ୍ଗନା ସୋସିଆଲ ମିଡିଆ ଏକ୍ସରେ ନୂଆ ଫିଲ୍ମ 'ଭାରତ ଭାଗ୍ୟ ବିଧାତା' ଘୋଷଣା କରିଛନ୍ତି । ଅଭିନେତ୍ରୀ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଥିବା ବେଳେ ସେହି ଫଟୋରେ ତାଙ୍କ ସହ ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର ନଜର ଆସିଛନ୍ତି । ତେବେ ଅଭିନେତ୍ରୀ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ,ବଡ଼ ପରଦାରେ ବାସ୍ତବିକ ଜୀବନର କାହାଣୀକୁ ଅନୁଭବ କରନ୍ତୁ । 'ଭାରତ ଭାଗ୍ୟ ବିଧାତା' ଘୋଷଣା କରି ମୁଁ ଖୁସି, ଯେଉଁଥିରେ ଅନେକ ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ।

'କଙ୍ଗନା ରାଣାୱତଙ୍କ ଏହି ଚଳଚ୍ଚିତ୍ର ଆମ ଦେଶ ଗଠନ କରୁଥିବା ବ୍ଲୁ-କଲର ଶ୍ରମିକଙ୍କ ସଂଘର୍ଷ ଉପରେ ଆଧାରିତ । ଯେଉଁଥିରେ ସେହି ହିରୋମାନଙ୍କ ଉଦ୍ୟମକୁ ଦର୍ଶାଯାଇଛି ଯେଉଁମାନେ ଅଧିକ ମାନ୍ୟତା ପାଇନାହାଁନ୍ତି କିନ୍ତୁ ଦେଶର ବିକାଶରେ ସେମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଏହାକୁ ବବିତା ଆଶିୱାଲ  ଏବଂ ଆଦି ଶର୍ମାଦ୍ୱାରା ପ୍ରସ୍ତୁତ କରାଯାଉଛି । ତେବେ ପୁଣି କଙ୍ଗନାଙ୍କୁ ଏହି ଫିଲ୍ମରେ ଦମାଦର ଅନ୍ଦାଜରେ ଦେଖିବାକୁ ମିଳିବ । କଙ୍ଗନାଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି' ଚଳିତ ବର୍ଷ ସେପ୍ଟେମ୍ବର ୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥାନ୍ତା । ହେଲେ ଫିଲ୍ମରେ ଶିଖମାନଙ୍କ ଚିତ୍ରଣ ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ କରି ଫିଲ୍ମକୁ ବିରୋଧ ସହ ବ୍ୟାନ କରିବାକୁ ଦାବି ହୋଇଛି । ଏପରି ସମୟରେ ସିବିଏଫସି ଏପର୍ଯ୍ୟନ୍ତ ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ କରିନଥିବା ବେଳେ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.