ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୫/୬: ଗତକାଲି ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ  ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ସେ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  ଏହାରି ମଧ୍ୟରେ ଅଭିନେତ୍ରୀ କଙ୍ଗନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ତ‌ାଙ୍କର ଓ ଯୋଗୀ ଆଦିତ୍ୟନାଥଙ୍କର ଏକ ଫଟୋ ପୋଷ୍ଟ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, 'ଆମ ଦେଶରେ ସବୁଠାରୁ ଅଧିକ ଇଜ୍ଜତ ଓ ଭଲପାଇବା ପାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନା ଶୁଭକାମନା।' 

ପ୍ରକାଶ ଥାଉକି,ନିର୍ବାଚନ ଆୟୋଗଙ୍କ ୱେବସାଇଟ ଅନୁଯାୟୀ, ପ୍ରଥମ ଥର ପାଇଁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିବା ରାଣାୱତଙ୍କୁ ୫,୨୭,୪୬୩ ଖଣ୍ଡ ଭୋଟ୍‌ ମିଳିଥିଲା ଏବଂ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କ ଠାରୁ ୭୩,୭୦୩ ଖଣ୍ଡ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି। ୪ ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ  ନିଜର ବିଜୟ ଉତ୍ସବ ପାଳନ କରିଛନ୍ତି। ଏହି ଭଲପାଇବା ଓ ବିଶ୍ୱାସ ପାଇଁ ମଣ୍ଡିର ସମସ୍ତ ଲୋକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଥିବା କହିଛନ୍ତି କଙ୍ଗନା। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.