ନୂଆଦିଲ୍ଲୀ,୧୯/୦୯: ପ୍ରବଳ ବର୍ଷା ଯୋଗୁଁ ଛିଣ୍ଡିଲା ବିଦ୍ୟୁତ୍ ତାର । ଫଳରେ ବହୁ ଘର ଉପରେ ପଡି ନିଆଁ ଲାଗି ଯାଇଥିବା ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବା ଜଣାପଡିଛି। ତେବେ ଉତ୍ତରପ୍ରଦେଶର କନୌଜରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ,କନୌଜର ଗୁରସହାଗଞ୍ଜ ଅଞ୍ଚଳରେ ଗତକାଲି ଦିନ ସାରା ପ୍ରବଳ ବର୍ଷା ଓ ପବନ ଲାଗି ରହିଥିଲା। ପବନ ଜୋରରେ ବୋହିବାରୁ ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି କିଛି ଲୋକଙ୍କ ଘର ଉପରେ ପଡ଼ି ଯାଇଥିଲା। ଫଳରେ ଘରେ ବିଦ୍ୟୁତ୍ ସଂଯୋଗ ହୋଇ ନିଆଁ ଲାଗି ଯାଇଥିଲା। ତେବେ ଏହି ଅଘଟଣରେ ପ୍ରାୟ ୩୦ ପାଖାପାଖି ଲୋକ ଗୁରୁତର ହୋଇଛନ୍ତି। ଘରେ ବିଦ୍ୟୁତ୍ ସଂଯୋଗ ହେବା ସହ ନିଆଁ ଲାଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଲା। କିନ୍ତୁ ସ୍ଥାନୀୟ ଲୋକେ ବହୁ କଷ୍ଟରେ ସମସ୍ତଙ୍କୁ ଘରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହାପରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ୨୦ ଜଣ ରହିଛନ୍ତି ସେଥିରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି । ତେବେ ପୋଲିସ ଘଟଣାକ ତଦନ୍ତ ଜାରି ରଖିଛି ।