ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେରଳର ଆରାତୁପୁଝା ଉତ୍ସବରେ ଦୁଇ ହାତୀଙ୍କ ଭିତରେ ଘମାଘୋଟ ଲଢେଇ, ମେଳା ଦେଖିବାକୁ ଆସିଥିବା ଅନେକ ଲୋକ ଆହତ... ଭିଡିଓ ହେଲା ଭାଇରାଲ

ଥିରୁଅନନ୍ତପୁରମ୍,୨୩।୩:  କେରଳର ତ୍ରିସୁର ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ତ୍ରିସୁରରେ ଆରାତପୁଝା ଉତ୍ସବ ସମୟର ରହିଛି।ଏହି ସମୟରେ ଗୋଟିଏହାତୀ ଅନ୍ୟ ହାତୀ ଉପରେ ଆକ୍ରମଣ କରିଥିଲା। ହାତୀଙ୍କୁ ଉତ୍ସବରେ ଏକ ପରମ୍ପରା ଭାବରେ ଅଣାଯାଇଥିଲା। ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଶକୁବ୍ରାର ରାତି ପ୍ରାୟ ସାଢେ ୧୦ଟା ସମୟର ବୋଲି କୁହାଯାଉଛି। ଯେତେବେଳେ ବିଦାୟୀ ସମାରୋହ ଚାଲିଥିଲା ହାତୀ ଦୁଇଟି ପରସ୍ପର ଭିତରେ ଲଢେଇ କରିବା ଆରମ୍ଭ କରିଦେଇଥିଲେ।

ଉତ୍ସବରେ ଅଣାଯାଇଥିବା ହାତୀ ପରସ୍ପରକୁ ଆକ୍ରମଣ କରଥିଲେ। ଏହି ସମୟରେ ମେଳା ଦେଖିବାକୁ ଆସିଥିବା ଲୋକ ହାତୀ ଲଢେଇ ଦେଖି ଭୟଭୀତ ହୋଇଯାଇଥିଲେ। ଭୟରେ ଦୌଡିବା ସମୟରେ ଅନେକ ଆହତ ହୋଇଛନ୍ତି। ରାତି ୧୧ଟାରେ ସୁରକ୍ଷାକର୍ମୀମାନେ ହାତୀକୁ କାବୁ କରିଥିଲେ। ହାତୀଙ୍କ ଏହି ଲଢେଇରେ ମାହୁନ୍ତ ମଧ୍ୟ ଆହତ ହୋଇଛନ୍ତି। ପୂଜା ପାଇଁ ଆସିଥିବା ଏହି ଦୁଇ ହାତୀଙ୍କ ନାଁ ହେଉଛି ଗୁରୁଭାୟୁର ରବିକ୍ରିଷ୍ଣା ଓ ପୁଥୁପାଲି ଅର୍ଜୁନନ୍।

ଉଲ୍ଲେଖନୀୟ ଯେ, ପ୍ରାଚୀନ ଆରାତୁପୁଝା ମନ୍ଦିରରେ ଦେବ ମେଳା ମହୋତ୍ସବ ଆୟୋଜନ କରାଯାଇଥାଏ। ଏହା ପୁରମ୍‌ର ପ୍ରଦର୍ଶନ ହାତୀଙ୍କ ପିଠି ଉପରେ କରାଯାଇଥାଏ। ପ୍ରତ୍ୟେକ ଏକ ହାତୀ ଏକ ଦେବତାର ପ୍ରତିନିଧିତ୍ବ କରନ୍ତି। ଆରାତୁପୁଝା ମନ୍ଦିର କେରଳର ତ୍ରିଶୁରର ଆରାତୁପୁଝାରେ ରହିଛି। ଏହି ମନ୍ଦିର ୩୦୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.