ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପୁଣି କାନାଡାରେ ଖଲିସ୍ତାନୀଙ୍କ ଉପଦ୍ରବ, ଦୀପାବଳି ପାଳନ କରୁଥିବା ହିନ୍ଦୁଙ୍କୁ ଗାଳି ଗୁଲଜ ସହ କଲେ ପଥରମାଡ଼

ନୂଆଦିଲ୍ଲୀ,୧୪।୧୧: କାନାଡାରେ ଖଲିସ୍ତାନୀ ସଂଗଠନ ପୁଣିଥରେ ଉପଦ୍ରବ କରିବା ଆରମ୍ଭ କରିଦେଇଛି। କାନାଡାରେ ହିନ୍ଦୁ ଓ ଅନ୍ୟ ଭାରତୀୟଙ୍କୁ ଦୀପାବଳି ପାଳନ କରିବାକୁ ତାଙ୍କୁ ପସନ୍ଦ ଆସିନଥିଲା। ଏହି କାରଣରୁ ସେମାନେ ତାଙ୍କୁ ଗୁଳି ଗୁଲଜ କରିବା ସହ ତାଙ୍କ ଉପରକୁ ଟେକା ପଥର ମାଡ କରିଥିଲେ। ମିଳିଥିବା ସୂଚନା ଅନୁସାରେ, କାନାଡାର କ୍ୟୁବେକ୍ ପ୍ରାନ୍ତର ବ୍ରାମ୍ପଟନ୍‌ ବୋରୋରେ ଦୀପାବଳି ଉତ୍ସବ ବେଳେ ଖଲିସ୍ତାନୀ ସମର୍ଥକମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିଲେ। ରିପୋର୍ଟ ଅନୁସାରେ, ଏଭଳି ଉପଦ୍ରବ ବେଳେ କାନାଡା ପୋଲିସ ମଧ୍ୟ ତାଙ୍କ ଉପରେ କୌଣସି ଆକ୍ସନ ନେଇ ନାହିଁ। ଉପଦ୍ରବକାରୀମାନେ ଖଲିସ୍ତାନୀ ହଳଦିଆ ପତାକା ନେଇ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। ଖଲିସ୍ତାନୀଙ୍କ ଏହି ଉପଦ୍ରବ କାନାଡାରେ ନୂଆ ନୁହେଁ। ସେମାନେ ବହୁବାର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିସାରିଛନ୍ତି। 

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କାନାଡା ପୋଲିସ ଉପଦ୍ରବକାରୀଙ୍କୁ ଅନ୍ତ ସାମ୍ପ୍ରଦାୟିକ ଲଢେଇ ବୋଲି କହିଛନ୍ତି ଓ କହିଛନ୍ତି ଦୁଇ ଧର୍ମର ଲୋକଙ୍କ ଭିତରେ ସଂଘର୍ଷ ହେଉଛି। ଭାରତ ସରକାରଙ୍କ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, ଖଲିସ୍ତାନୀଙ୍କ କାର୍ଯ୍ୟକଳାପକୁ ଦେଖିବା ପରେ ମଧ୍ୟ ଜଷ୍ଟିନ୍ ଟ୍ରୁଡୋଙ୍କ ସରକାର ମୁକଦର୍ଶକ ପାଲଟିଯାଇଛନ୍ତି। ସେ ଅଭିବ୍ୟକ୍ତିର ସ୍ବାଧିନତା ନାମରେ ଖଲିସ୍ତାନୀ ସଂଗଠନକୁ ପ୍ରୋତ୍ସାହନ ଦେଉଛନ୍ତି। ହିନ୍ଦୁଙ୍କୁ ପର୍ବ ବେଳେ ଆକ୍ରମଣ କରିବା ଆହୁରି ଚିନ୍ତାଜନକ କଥା। ସେ କହିଛନ୍ତି, କୁଟନୈତିଜ୍ଞ  ବାଟରେ ଏହି ପ୍ରସଙ୍ଗକୁ ଉଠାଯିବ। 

ଉଲ୍ଲେଖନୀୟ ଯେ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଗୁରୁବାର ଦୀପାବଳି ପାଳନ କରିଥିଲେ ଓ ନୂଆ ଡାକ ଟିକେଟ ଜାରି କରିଥିଲେ। ଗତ ୫ ବର୍ଷ ହେବ ଏହି ପରମ୍ପରା ଚାଲି ଆସିଛି। ୨୦୧୭ରେ ପ୍ରଥମ ଥର କାନାଡା ଦୀପାବଳି ଉପରେ ଷ୍ଟାମ୍ପ ଜାର କରିଥିଲା। କାରଣ କାନାଡାରେ ରହୁଥିବା ବୌଦ୍ଦ, ସିଖ୍ ଓ ଜୈନ ସମ୍ପ୍ରଦାୟର ଲୋକ ଦୀପାବଳି ପାଳନ କରନ୍ତି। ତେବେ  ହରଦୀପ ସିଂହ ନିଜ୍ଜରକୁ ହତ୍ୟାପରେ ଭାରତ ଓ କାନାଡା ଭିତରେ ସମ୍ପର୍କ ବିବାଦୀୟ ରହିଛି। ନିଜ୍ଜର ହତ୍ୟା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସଂସଦରେ ଭାରତକୁ ଦାୟୀ କରିଥିଲେ। ଏହାପରେ ଭାରତ ମଧ୍ୟ ତାଙ୍କର ସବୁ ଅଭିଯୋଗକୁ ଖଣ୍ଡନ କରିଥିଲା। 

  • Khalistani
  • Canadian PM
  • India canada conflict
  • Copyright © 2022 - Summa Real Media Private Limited. All Rights Reserved.