ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ଆଜିଠୁ ଖୁଦୁରୁକୁଣୀ ଓଷା, ଘରେ ଘରେ ମା’ଙ୍କୁ ଆବାହନ

ଭୁବନେଶ୍ୱର,୦୩/୦୯: ଆଜିଠୁ ଖୁଦୁରୁକୁଣୀ ଓଷା । ସକାଳୁ ସକାଳୁ ଝିଅ  ଓ ନବବଧୂମାନେ ବୃନ୍ଦାବତୀଙ୍କ ପାଖରେ ମଙ୍ଗଳା ମା’ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବେ। ଭାଇଙ୍କ ମଙ୍ଗଳ କାମନା କରି ପ୍ରତିବର୍ଷ ଏହି ଓଷା  କରାଯାଏ । ଦେବୀ ମଙ୍ଗଳାଙ୍କୁ ଆରାଧନା କରି ଭାଦ୍ରବ ମାସର ପ୍ରତି ରବିବାର ସକାଳ ଓ ସନ୍ଧ୍ୟାରେ ପାରମ୍ପାରିକ ଖୁଦୁରୁକୁଣୀ ଓଷା ପାଳନ କରିଥାନ୍ତି ।  

ଖୁଦୁରୁକୁଣୀ ଓଷାର ଓଡ଼ିଶା ସହିତ ଏକ  ସାମାଜିକ-ସାଂସ୍କୃତିକ ସମ୍ପର୍କ ରହିଛି । ପୂଜା ବିଧି ଅନୁସାରେ ଅବିବାହିତା ଝିଅମାନେ ଗୋଷ୍ଠୀରେ ଏକ ସାଧାରଣ  ସ୍ଥାନରେ ଏକତ୍ରିତ ହୋଇ ମା’ ମଙ୍ଗଳା ମା’ଙ୍କ ଏକ ମାଟି ପ୍ରତିମାକୁ ଭାଲୁକୁଣି ଦେବୀ ରୂପେ ପୂଜା କରନ୍ତି। ବିଭିନ୍ନ ଫୁଲଫଳ ଏବଂ ଅନ୍ୟାନ୍ୟ ସାଜସଜ୍ଜା  ସହ ସାତ ମୁଠା ବାଲି ଏବଂ ସାତଟି  ଅପାମାରଙ୍ଗ ସହ ଉଖୁଡ଼ା ଏବଂ ପାଚିଲା  କଦଳୀ ଅର୍ପଣ କରି ପୂଜା କରନ୍ତି। ସନ୍ଧ୍ୟାରେ ଭାଲୁକୁଣୀ ଠାକୁରାଣୀଙ୍କ  ନିକଟରେ ଗାଁଠୁ ସହରରେ ଶୁଭିବ ଖୁଦୁରୁକୁଣୀ ଓଷାର ଗୀତ । 

ଚଳିତ  ବର୍ଷ ଭାଦ୍ରବ ମାସରେ ୪ ପାଳି  ବ୍ରତ କରାଯିବ। ଝିଅମାନେ ବେଶ୍‌  ଧୁମ୍‌ଧାମ୍‌ରେ ପାଳିବେ ବ୍ରତ । ପୂଜା ପାଇଁ  ଆବଶ୍ୟକୀୟ ମା’ଙ୍କ ମୂର୍ତ୍ତିଠୁ ଆରମ୍ଭ କରି  ପୂଜା ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି କିଣିଛନ୍ତି । ରବିବାର ଓଷାରେ ସକାଳୁ ଝିଅମାନେ  ଏକାଠି ହୋଇ ଫୁଲ ତୋଳିବେ। ଏହାପରେ ଭାଗବତ ଟୁଙ୍ଗୀ ଘରେ ଏକାଠି  ହୋଇ ମା’ଙ୍କ ପାଇଁ ଫୁଲମାଳ ତିଆରି  କରିବେ। ଭାଗବତ ଟୁଙ୍ଗୀରେ ଦିନରେ  ଓ ସନ୍ଧ୍ୟାରେ ଭାଲୁକୁଣୀ ଦେବୀଙ୍କୁ ପୂଜା  କରିବେ । ଶେଷ ରବିବାର ଦିନ ବ୍ରତ  ଉଦ୍‌ଯାପିତ ହେବ।

PrameyaOdia

Copyright © 2022 - Summa Real Media Private Limited. All Rights Reserved.