ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିମ୍‌ ଜଙ୍ଗ ଉନଙ୍କ ଟାର୍ଗେଟରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲ, ପରମାଣୁ ଆକ୍ରମଣ ନେଇ ଅଭ୍ୟାସ କଲା ଉତ୍ତର କୋରିଆ

Image Courtesy: navbharattimes

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ ପରାମାଣୁ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ସଂପନ୍ନ ମିସାଇଲ୍‌ର ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସବୁ ମିସାଇଲଗୁଡ଼ିକୁ ଦକ୍ଷିଣ କୋରିଆର ରାଜଧାନୀ ସିଓଲକୁ ଟାର୍ଗେଟ କରିବା ପାଇଁ ସକ୍ଷମ ବୋଲି କୁହାଯାଉଛି । ପ୍ରତିଦ୍ବନ୍ଦୀଙ୍କ ସହ ବଢ଼ୁଥିବା ତିକ୍ତତା ମଧ୍ୟରେ କିମ୍‌ ଜଙ୍ଗ ଉନ ନିଜ ଦେଶର ସୁରକ୍ଷାକୁ ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହା ପୂର୍ବରୁ ଦକ୍ଷିଣ କୋରିଆ ଏବଂ ଜାପାନ ସେନା ଦାବି କରିଥିଲେ ଯେ, ଉତ୍ତର କୋରିଆ ପୂର୍ବତଟ କ୍ଷେତ୍ରରେ ଏକାଧିକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ମାଡ଼ କରିଥିଲା । 

ଉତ୍ତର କୋରିଆ ସୋମବାର ଯେଉଁ ୩ଟି ପ୍ରଣାଳୀର ପରୀକ୍ଷଣ କରିଛି ସେଥିରେ ୬୦୦ ମିଲିମିଟର ବିଶିଷ୍ଟ ବହୁମୁଖୀ ରକେଟ୍‌ ପ୍ରକ୍ଷେପକ ମଧ୍ୟ ସାମିଲ ଥିଲା ।  ଏହି ରକେଟ ସାମରିକ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବାରେ ସକ୍ଷମ । ଉତ୍ତର କୋରିଆର ସରକାରୀ ମିଡିଆ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି’ (କେସିଏନଏ) ଦ୍ବାରା ପ୍ରକାଶିତ ଫଟୋରୁ ଦେଖିବାକୁ ମିଳିଛି ଯେ, ଏହି ଉତ୍ତକ୍ଷେପଣ ସମୟରେ ଉତ୍ତର କୋରିଆ ଅତିକମରେ ୬ଟି ରକେଟ୍‌ର ବ୍ୟବହାର କରିଛି ।  ଏହା ସହ ତୋପ ଦ୍ବାରା ଏକ ନିର୍ଦ୍ଧାରିତ ଉଚ୍ଚତାରେ ବିସ୍ଫୋରଣ ମଧ୍ୟ କରାଯାଇଛି ।

ସେପଟେ ବହୁମୁଖୀ ରକେଟ ପ୍ରକ୍ଷେପକକୁ ନିଜର ଅସ୍ତ୍ରାଗାରର ମୁଖ୍ୟ ଅଂଶ ବୋଲି କହିଛନ୍ତି କିମ୍‌ ଜଙ୍ଗ ଉନ୍ । କେସିଏନଏ ଅନୁସାରେ, ଶତ୍ରୁରାଷ୍ଟ୍ରଙ୍କୁ ବୁଝିବାକୁ ହେବ ଯେ ଆଗକୁ ଯଦି ଯୁଦ୍ଧ ହୁଏ ତେବେ ବିନାଶକାରୀ ପରିଣାମ ଭୋଗିବାରୁ କେହି ବର୍ତ୍ତିପାରିବେ ନାହିଁ । ସେପଟେ ମଙ୍ଗଳବାର ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ ଅଭିଯୋଗ କରିଛନ୍ତି ଯେ, ଫଟୋରେ ଯେତିକି ମିସାଇଲ୍‌ ପରୀକ୍ଷା ହୋଇଥିବା ଦେଖାଯାଉଛି ତାଠାରୁ ଅଧିକ ପରୀକ୍ଷଣ କରିଛି ଉତ୍ତର କୋରିଆ ।  

 

  • North Korea
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.