ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଅସୁସ୍ଥ କି ବାଇଡେନ! ପାର୍କିନ୍ସନ ଚିକିତ୍ସା କରାଉଥିବା ନେଇ ଚର୍ଚ୍ଚା

ଆମେରିକା: ନିକଟରେ ଆସିଥିବା ଖବର ଅନୂଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାର୍କିନ୍ସନ ଚିକିତ୍ସା କରୁଛନ୍ତି । ଗତ ଏକ ବର୍ଷ ମଧ୍ୟରେ ପାର୍କିନ୍ସନ ବିଶେଷଜ୍ଞ ହ୍ୱାଇଟ ହାଉସକୁ ଆଠଥର ଆସିଛନ୍ତି । ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାରିଆଡେ ଉତ୍ସାହର ସମୟ ଚାଲିଥିଲା, ସେତେବେଳେ ଆମେରିକାର ରାଷ୍ଟ୍ରପତିଙ୍କ ସନ୍ଦେହଜନକ ଅସୁସ୍ଥତାକୁ ନେଇ ଆମେରିକାରେ ଆତଙ୍କ ଖେଳିଯାଇଛି । ପାର୍କିନ୍ସନ୍ ହେଉଛି ଏକ ବୟସ ସମ୍ବନ୍ଧୀୟ ରୋଗ ଯେଉଁଥିରେ ମସ୍ତିଷ୍କର ଏକ ଅଂଶ ନଷ୍ଟ ହୋଇଯାଏ ଏବଂ ଏହା ବ୍ୟକ୍ତିର ଚିନ୍ତା ଶକ୍ତି ଉପରେ ପ୍ରଭାବ ପକାଇଥାଏ । 

ରାଷ୍ଟ୍ରପତିଙ୍କର କୌଣସି ରୋଗ ନାହିଁ ବୋଲି ଦିଆଯାଇଛି ସୂଚନା-

ଆମେରିକାରେ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମଞ୍ଚ ଉପରେ ବିତର୍କ ସମୟରେ ହଠାତ ପଡି  ଯାଇଥିଲେ । ଏହା ପରେ ରାଷ୍ଟ୍ରପତି ଅସୁସ୍ଥ ଥିବା କୁହାଯାଇଥିଲା । ଏହା ପରେ ହାଉସର ଲଗ ରେଜିଷ୍ଟର ଯାଞ୍ଚ କରିବାରୁ ଖବର ସାମ୍ନାକୁ ଆସିଲା ଯେ, ପାର୍କିନ୍ସନ ରୋଗର ବିଶେଷଜ୍ଞ ଡାକ୍ତର ଗତ ବର୍ଷ ପ୍ରାୟ ଆଠ ଥର ହାଉସ ପରିଦର୍ଶନ କରିଥିଲେ।

ଏହାଦ୍ୱାରା ରାଷ୍ଟ୍ରପତି ଜୋ ବାଇଡେନ ପାର୍କିନ୍ସନ୍ ରୋଗରେ ପୀଡିତ ଅଛନ୍ତି କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି। ତେବେ ହ୍ୱାଇଟ ହାଉସ ଏହାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛି ଏବଂ କହିଛି ଯେ ରାଷ୍ଟ୍ରପତି ପାର୍କିନ୍ସନ ରୋଗରେ ପୀଡିତ ନାହାନ୍ତି ଏବଂ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି।

ପାର୍କିନ୍ସନ ରୋଗ କ’ଣ?

ପାର୍କିନ୍ସନ ପ୍ରକୃତରେ ଏକ ରୋଗ ଯାହା ବାର୍ଦ୍ଧକ୍ୟରୁ ଆରମ୍ଭ ହୋଇଥାଏ । ଯଦିଓ ଆଜିକାଲି ଏହି ରୋଗ ଯୁବକମାନଙ୍କ ମଧ୍ୟରେ ମଧ୍ୟ ଦେଖାଯାଉଛି, କିନ୍ତୁ ଅଧିକାଂଶ ବୃଦ୍ଧ ଲୋକମାନେ ଏହାର ଶିକାର ହୋଇଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପାର୍କିନ୍ସନ ଶରୀରର ସ୍ନାୟୁ ପ୍ରଣାଳୀ ସହ ଜଡିତ ଏକ ରୋଗ ଯାହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ଏହି ରୋଗରେ, ବ୍ୟକ୍ତି ମାନସିକ ସନ୍ତୁଳନ ହରାଇବା ସହ  ଇନ୍ଦ୍ରିୟ ନିୟନ୍ତ୍ରଣ ହରାଇବା ମଧ୍ୟ ଆରମ୍ଭ କରିଥାଏ । 

ରୋଗୀର ହାତ,ଗୋଡ ଥରିବା ଆରମ୍ଭ ହୋଇଥାଏ ଏବଂ ଚାଲିବାରେ ଅସୁବିଧା ହୁଏ । ଶରୀର ବଙ୍କା ହେବାକୁ ଲାଗେ ଏବଂ ଭାବିବା, ବୁଝିବା ଶକ୍ତି ଦୁର୍ବଳ ହୋଇଥାଏ । ଏହି ରୋଗରେ ସମ୍ବେଦନଶୀଳ ଅଙ୍ଗ ମଧ୍ୟ ପ୍ରଭାବିତ ହୁଏ । ବର୍ତ୍ତମାନ ଏହି ରୋଗ ପାଇଁ କୌଣସି ସଠିକ ଚିକିତ୍ସା ନାହିଁ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.