ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା ,୦୯/୧୧ କୋକସରା ବ୍ଲକ କାଶିବାହଲ ପଂଚାୟତ କାଶିବାହଲ ଗାଁ ର ମାନସିଂ ପୋଢ  (୫୫) ଦାଦନ ଖଟିବାକୁ ଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଛି। ମୃତ ଦାଦାନ ଶ୍ରମିକଙ୍କ ଶବ କୁ କାର୍ଯ୍ୟ କରୁଥିବା ସଂସ୍ଥା ପକ୍ଷରୁ ଏକ ଆମ୍ବୁଲାନ୍ସ ରେ ଭିଟାମାଟି କୁ ନେଇ ଆସୁଥିବା ନେଇ ପରିବାର ଲୋକେ କହିଛନ୍ତି।

 ଗତ ୩/୪ ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ର ଗୁଦୁଲୁ ଯାଇଥିଲେ। ‌‌ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ୫ ଝିଅ ରହିଥିବା ବେଳେ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଙ୍କୁ ହରାଇ ପରିବାର ନିଃସହାୟ ହୋଇ ପଡିଛନ୍ତି । ଶୁକ୍ରବାର ସକାଳେ ଶବ ଗାଁ କୁ ପହଞ୍ଚିବା ନେଇ ସୂଚନା ମିଳିଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ  ଦାବି କରିଛନ୍ତି ।

 

Copyright © 2022 - Summa Real Media Private Limited. All Rights Reserved.