ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୃଦ୍ଧାଙ୍କୁ କଟୁରୀରେ ହାଣି ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ, ୩୦।୪ : ରତନପୁରରେ ବୃଦ୍ଧା ରଜନୀ ସାହୁଙ୍କୁ ଗାଁ ଦାଣ୍ଡରେ ହତ୍ଯା କରିବା ଘଟଣାର ବିଚାର କରି  ନୟାଗଡ ଜିଲ୍ଲା ଓ ଦୌରାଜଜ  ଅଭିଯୁକ୍ତ ସନ୍ତୋଷ ବେହେରାଙ୍କୁ  ଆଜୀବନ କାରାଦଣ୍ଡାଦେଶ   ଶୁଣାଇଛନ୍ତି।

୨୦୨୨ ମସିହା ସେପ୍ଟେମ୍ବର ୯ତାରିଖରେ ଟାଉନଥାନା ରତନପୁରରେ ଏକ ବିଭତ୍ସ ହତ୍ଯାକାଣ୍ଡ ହୋଇଥିଲା । ଜମିବାଡି ବିବାଦକୁ କେନ୍ଦ୍ରକରି ବୃଦ୍ଧା ରଜନୀ ସାହୁଙ୍କୁ ସେହି ଗାଁର   ସନ୍ତୋଷ ବେହେରା ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ କଟୁରୀରେ ହାଣି  ଅତି ବିଭତ୍ସ ଭାବେ ହତ୍ଯା କରିଥିଲା । ରଜନୀ ପୋଖରୀରୁ ଗାଧୋଇସାରି ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ କରିଥିଲା ସନ୍ତୋଷ  । ୧୩ଜଣ ସାକ୍ଷୀ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଓ ଦୌରାଜଜ ଅଭିଯୁକ୍ତ ସନ୍ତୋଷଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାରଟଙ୍କା ଜରିମାନା ନିର୍ଦ୍ଦେଶ  ଦେଇଛନ୍ତି । ସରକାରଙ୍କ ତରଫରୁ ବିଷ୍ଣୁପ୍ରସନ୍ନ ମହାପାତ୍ର ଏହି ମାମଲା ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.