ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

କେସିଙ୍ଗା ଅବକାରୀ ବିଭାଗକୁ ବଡ ସଫଳତା, ବିଭିନ୍ନ ବ୍ରାଣ୍ଡ୍‌ର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

କେସିଙ୍ଗା, ୮/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଲିଛି ନକଲି ବିଦେଶୀ ମଦ କାରବାର। ଏନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଥିଲା ବେଳେ ତାହାକୁ ଠାବ କରିବାରେ ସଫଳ ହୋଇଛି କେସିଙ୍ଗା ଅବକାରୀ ବିଭାଗ।‌‌‌‌‌ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କେସିଙ୍ଗା ଅବକାରୀ ବିଭାଗ ପକ୍ଷରୁ ବେଲଖଣ୍ଡି ଫଲସାପଡା ଗ୍ରାମର ଜନୈକ ଘରେ ଗୁରୁବାର ଦିନ ଚଢ଼ାଉ କରି ବହୁ ପରିମାଣରେ ନକଲି ବିଦେଶୀ ମଦ ସହିତ ଖାଲି ବୋତଲ ଓ ଠିପି ଜବତ ହୋଇଛି। ଏହା ସହ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରି ତଦନ୍ତ ଜାରି ରଖିଛି କେସିଙ୍ଗା ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେସିଙ୍ଗା ଥାନା ବେଲଖଣ୍ଡି ଫଲସାପଡା ଗ୍ରାମର ପ୍ରକାଶ ନାଏକ । ଓଡ଼ିଶା ଅବକାରୀ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଏସ୍ ଆଇ ବିଶ୍ବଜିତ ଆରୁଖ ସୂଚନା ଦେଇଛନ୍ତି । 

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗା ଅବକାରୀ ବିଭାଗର ଏସ୍ଆଇ ବିଶ୍ବଜିତ ଆରୁଖଙ୍କ ନେତୃତ୍ବରେ କନେଷ୍ଟବଳ ଭୁଜବଲ ପଟେଲ, ଚୈତନ୍ୟ ମହାପାତ୍ର ଓ ସୁଶ୍ରୀ କ୍ରିତି ଜେନା ଗୁରୁବାର ମଧ୍ୟାହ୍ନ ୧ ଟା ୨୦ରେ ପଲମ ଫାଣ୍ଡି ବେଲଖଣ୍ଡି ପଞ୍ଚାୟତ ଫଲସାପଡା ଗ୍ରାମର ପ୍ରକାଶ ନାଏକଙ୍କ ଘରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ବହୁ ପରିମାଣରେ ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ସହିତ ଖାଲି ବୋତଲ ଏବଂ ଠିପି ଜବତ କରାଯାଇଛି । ଏଥିରେ ଏସ୍ଆର୍‌ ୩୭୫ ଏମ୍ଏଲ୍ ର ୪୧ ପିସ୍ ରହିଥିବା ବେଳେ ୧୮୦ ଏମ୍ ଏଲ୍ ର  ୧୧ ପିସ୍ ଏମ୍ ସି ନମ୍ବର ୧, ଆର୍ ଏସ ୧୮୦ ଏମ୍ ଏଲ୍ ର ୧୧ ପିସ୍,ଆଇ ବି ୩୭୫ ଏମ୍ ଏଲ୍ ର ୯ ପିସ୍ ଏବଂ ବି ବ୍ଲୁ ୩୭୫ ଏମ୍ ଏଲ୍ ର ୬ ପିସ୍ ସହିତ ୩୮ ଗୋଟି ବି ବ୍ଲୁ ବ୍ରାଣ୍ଡ ର ଖାଲି ବୋତଲ ଏବଂ ୮୬୩ ଗୋଟି ବୋତଲ ଠିପି ରହିଥିବା ନେଇ ବିଭାଗୀୟ ସୂତ୍ରରୁ ପ୍ରକାଶ । 

ସୂଚନାଯୋଗ୍ୟ ଯେ କେସିଙ୍ଗା ସହରାଞ୍ଚଳରେ ଥିବା ଠିପି ଖୋଲା ଓ ଠିପି ବନ୍ଦ ଦୋକାନ ମାନଙ୍କରେ ବିଦେଶୀ ନକଲି ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେବା ସହ ଅବକାରୀ ନିୟମକୁ ଖୋଲା ଖୋଲି ଉଲଂଘନ ହେଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.