ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମ୍‌ଭିଏରେ ପଡ଼ିଲା କି ଫାଟ? କଂଗ୍ରେସ ଦାବିଦାର ଆସନରେ ଉଦ୍ଧବଙ୍କ ପ୍ରାର୍ଥୀ !

Image source:

ମୁମ୍ବାଇ,୨୭/୦୩: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧିନ ଶିବସେନା ଲୋକସଭା ନିର୍ବାଚନ ପାଇଁ ୧୬ଟି ଆସନରୁ ଏହାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଗୁଡ଼ିକ ମଧ୍ୟରୁ ଏମିିତି କିଛି ଆସନ ମଧ୍ୟ ରହିଛି ଯେଉଁଠି କଂଗ୍ରସ ପୂର୍ବରୁ ଏହାର ପ୍ରାର୍ଥୀଙ୍କୁ ଛିଡ଼ା କରାଇବାକୁ ଦାବି କରିଆସୁଥିଲା। ଏହାରି ଭିତରେ ଚର୍ଚ୍ଚା ଜୋର ଧରିଛି ଯେ, ଏମ୍‌ଭିଏରେ ବିରୋଧୀ ଏକତାରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ବଞ୍ଚିତ ଥିବା ବହୁଜନ ଅଘାଡ଼ିର ପ୍ରକାଶ ଆମ୍ବେଦକର ଏମ୍‌ଭିଏ ଉପରେ ତାଙ୍କର ଅସନ୍ତୁଷ୍ଟତା ଜାହିର କରିସାରିଛନ୍ତି ଏବଂ କହିଛନ୍ତି ଯେ, ତିନି ଦଳ ମଧ୍ୟରେ ତାଳମେଳ ରହୁନାହିଁ।   

ଉଦ୍ଧବଙ୍କ ଶିବସେନା ପକ୍ଷରୁ ମୁମ୍ବାଇର ଦକ୍ଷିଣ କେନ୍ଦ୍ରୀୟ ଆସନରୁ ଅନୀଲ ଦେଶାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେପଟେ କଂଗ୍ରେସ ସମାନ ଆସନରୁ ବର୍ଷା ଗାଏକଓ୍ବାଡଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲା। କୁହାଯାଉଛି କିଛି ଆସନରୁ ଏମ୍‌ଭିଏ ଓ କଂଗ୍ରେସ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ପ୍ରତିଦ୍ବନ୍ଦିତା ହୋଇପାରେ। ଏମ୍‌ଭିଏର ଭୋଟବ୍ୟାଙ୍କ ପରଷ୍ପର ମଧ୍ୟରେ ବାଣ୍ଟି ହୋଇଯିବା ପରେ ଏହାର ଫାଇଦା ସିନ୍ଦେଗୋଷ୍ଠୀଙ୍କୁ ମିଳିପାରେ।  

କଂଗ୍ରେସ ମୁମ୍ବାଇର ଉତ୍ତର-ପଶ୍ଚିମ ଆସନ ଦାବି କରୁଥିବା ବେଳେ, ସେଠାରୁ ଦଳ ପୂର୍ବ ସାଂସଦ ସଞ୍ଜୟ ନିରୁପମଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା, କିନ୍ତୁ ଶିବସେନା ସେହି ଆସନରୁ ଅମୋଲ କିର୍ତ୍ତିକାରଙ୍କୁ ପ୍ରାର୍ଥୀ କରିଛି। ସେପଟେ ସଞ୍ଜୟ ରାଉତଙ୍କ କହିବା ଅନୁସାରେ, ଏମ୍‌ଭିଏରେ ଆସନ ବଣ୍ଟା ଅନୁସାରେ ଶିବସେନା ୨୨ ଆସନରୁ ନିର୍ବାଚନ ଲଢ଼ିବ, କଂଗ୍ରେସ ୧୬ ଏବଂ ଶରଦ ପାଓ୍ବାରଙ୍କ ଏନ୍‌ସିପି ୧୦ଟି ଆସନରୁ ନିର୍ବାଚନ ଲଢ଼ିବ। ରାଜ୍ୟରେ ମୋଟ ୪୮ଟି ଲୋକସଭା ଆସନ ରହିଛି। 

You can also read: ମୋଦୀ ସରକାରଙ୍କ ବ‌ଡ଼ ଯୋଜନା; ଗରିବଙ୍କୁ ଦିଆଯିବ ଇଡି ଜବତ କରିଥିବା ସମ୍ପତ୍ତି !



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.