ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚା’ ପିଉଥିଲେ, ବାଇକ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର, ୨୦।୩ :  ବାଇକରେ ଡିକିରେ ଟଙ୍କା ରଖି ଚା’ ପିଉଥିଲେ, ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଜୟପ୍ରକାଶ ନଗର ଆକ୍ସିସ ବ୍ୟାଙ୍କ ନିକଟରେ  ଏହି ଲୁଟ ହୋଇଛି। ଏ ନେଇ ବୈଦ୍ୟନାଥପୂର ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା କୃଷ୍ଣଚନ୍ଦ୍ର ମହାରଣା। 

ରଣ୍ଢା ନିକଟ ସୁନାଦେଇ ଗାଁର ସନ୍ତୋଷ ନାୟକ ଜମି ପ୍ଲଟ କିଣିବା ପାଇଁ ଜମି ବ୍ୟବସାୟୀ କୃଷ୍ଣଚନ୍ଦ୍ର ମହାରଣାଙ୍କୁ ଏକ୍ସିସ ବ୍ୟାଙ୍କରୁ ୫ଲକ୍ଷ ୬୦ ହଜାର ଟଙ୍କା ଉଠାଇ ଦେଇଥିଲେ। କୃଷ୍ଣଚନ୍ଦ୍ର ନିକଟସ୍ଥ ଏକ ଚା’ ଦୋକାନ ସମ୍ମୁଖରେ ବାଇକ ରଖି ଚା’ ପିଉଥିଲେ।ଏହି ସମୟରେ କେହି ଦୁର୍ବୃତ୍ତ ବାଇକ ଡ଼ିକିରୁ ଟଙ୍କା ଲୁଟ କରି ନେଇଥିବା କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ଜଣେ ବାଇକ ଉପରେ ବସିଥିବା ବେଳେ ଅନ୍ୟ ଜଣେ କୌଶଳ କ୍ରମେ ବାଇକରୁ ଟଙ୍କା ଲୁଟ କରି ନେଉଥିବା ସିସିଟିଭି ଭିଜୁଆଲରୁ ଜଣା ପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.