ପ୍ରମୂଖ ଖବର

ପାଗରେ ହେବ ପରିବର୍ତ୍ତନ: ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ୨୩ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର ୧୮।୫: ପାଗରେ ହେବ ପରିବର୍ତ୍ତନ । ବଙ୍ଗୋପସାଗର ଦାନା ବାନ୍ଧୁଛି ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟା ରୂପ। ଏଭଳି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରିଛନ୍ତି।

ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ନିଜର ଦିଗ ବଦଳାଉଛି । ଉତ୍ତର ଉତ୍ତର ଉପକୂଳ ମୁହାଁ ହେଉଛି ଏହି ଘୂର୍ଣ୍ଣିବଳୟ । ଯଦି ଏହା ଉପକୂଳ ଦେଇ ଆସିବ ତେବେ ଓଡ଼ିଶାରେ ୨୩ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ଲଘୁଚାପ ବର୍ଷା ଆରମ୍ଭ ହୋଇଯିବ । 

ପ୍ରାଥମିକ ସୂଚନା ଅନୁସାରେ ଏହା ପ୍ରଭାବରେ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି କମିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ରହିବ କିନ୍ତୁ ଉପକୂଳରେ କେବଳ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.