ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଦିଲ୍ଲୀ, ହୋମ୍‌ ଗ୍ରାଉଣ୍ଡରେ ହାରିଲା ଲକ୍ଷ୍ନୌ

Image Courtesy: espncricinfo

ଲକ୍ଷ୍ନୌ: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ୍‌ରେ କମାଲ କଲା ଦିଲ୍ଲୀ । ଚଳିତ ସିଜନରେ ଦ୍ବିତୀୟ ବିଜୟ ହାସଲ କଲା ଦଳ । ଆଜିର ମ୍ୟାଚ୍‌ରେ ଜେକ୍‌ ଫ୍ରେଜର ମାକଗର୍କ ୫୫ ରନ୍‌ କରିଥିବା ବେଳେ ଋଷଭ ପନ୍ତ ୪୧ ଏବଂ  ପୃଥ୍ବୀ ଶ ୩୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ ।  ତ୍ରିଷ୍ଟାନ ଷ୍ଟବଙ୍କ ଅପରାଜିତ ୧୫  ଓ ସାଇ ହୋପଙ୍କ ଅପରାଜିତ ୧୧ ରନ୍‌ ବଳରେ ୧୮.୧ ଓଭରରେ ଲକ୍ଷ୍ନୌକୁ ପରାସ୍ତ କରିଛି ଦିଲ୍ଲୀ । ସେହିଭଳି ଲକ୍ଷ୍ନୌର ରବି ବିଷ୍ଣୋଇ ସର୍ବାଧିକ ୨ ଟି ଓ୍ବିକେଟ ନେଇଥିବା ବେଳେ ନବୀନ ଉଇ ହକ ଏବଂ ୟଶ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ଆଜି ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ୍‌ କରିଥିଲା । ଲକ୍ଷ୍ନୌର ଆୟୁଷ ବାଦୋନି ଅପରାଜିତ ୫୫ ରନ୍‌ କରିଥିଲା ।  ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଓଭର ଶେଷ ଆଡ଼କୁ  ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା । ଆଜିର ମ୍ୟାଚ୍‌ରେ ଅଧିନାୟକ  କେଏଲ ରାହୁଲ ୩୯ ରନ୍‌ କରି ଆଉଟ ହୋଇଥିବା ବେଳେ ଅନ୍ୟ ବ୍ୟାଟର ଭଲ ପ୍ରଦର୍ଶନ କରିପାରିନଥିଲେ । ଆୟୁଷ ବାଦୋନିଙ୍କ ଅପରାଜିତ ୫୫ ରନ୍‌ ବଳରେ ଲକ୍ଷ୍ନୌ ୧୬୭ ରନ୍‌ କରପାରିଥିଲା । 

ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ଆଜି ଦମଦାର ବୋଲିଂ କରିଥିଲା । ମାତ୍ର ୨୦ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଥିଲେ କୁଲଦୀପ । ସେହିଭଳି ଖଲିଲ ଅହମ୍ମଦ ମଧ୍ୟ ୨ଟି ଓ୍ବିକେଟ ନେଇ ଲକ୍ଷ୍ନୌର ଦମ୍ଭ ଭାଙ୍ଗି ଦେଇଥିଲେ । ଇଶାନ୍ତ ଶର୍ମା ଏବଂ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌ ୨୮ ରନ୍‌ରେ ପ୍ରଥମ ଓ୍ବିକେଟ (କ୍ବିଣ୍ଟନ ଡିକକ୍‌) ହରାଇଥିଲା । ସେ ୧୯ ରନ୍‌ କରି ଖଲିଲ ଅହମ୍ମଦଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ । ସେହିଭଳି ଦେବଦତ୍ତ ପାଡିକଲଙ୍କୁ ଆଉଟ କରି ପଡ଼ିଆରୁ ଫେରାଇଥିଲେ ଖଲିଲ ଅହମ୍ମଦ । ପରେ ପରେ ମାର୍କସ ଷ୍ଟାଇନିସ୍‌ (୮), ନିକୋଲାସ ପୁରନ (୦), ଦୀପକ ହୁଡା (୧୦), କୃଣାଲ ପାଣ୍ଡ୍ୟା (୩) ଆଉଟ ହୋଇଥିଲେ ।  

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.