ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ମା’ ବରାଳ ଦେବୀ ଚ୍ୟାଲେଞ୍ଜ କ୍ରିକେଟ କପ : ଡିମ୍ବିରିଗୁଡା ଚାମ୍ପିଅନ

Published By : Prameya | March 27, 2024 7:49 PM

ଫିରିଙ୍ଗିଆ, ୨୭।୩ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ର ମଣିପଦର ଠାରେ ମା’ ବରାଳ ଦେବୀ ଚ୍ୟାଲେଞ୍ଜ କ୍ରିକେଟ କପ ୨୦୨୪ ଉଦଯାପିତ ହୋଇଯାଇଛି I ବରାଳ ଦେବୀ କ୍ରିକେଟ କ୍ଳବ ବନ୍ଧଗଡ଼ ଆନୁକୂଲ୍ୟରେ କ୍ଲବ ର ସଭାପତି ସରୋଜ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପିତ ଉତ୍ସବରେ  ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଆଇନଜୀବୀ ସତ୍ୟ ନାରାୟଣ ବେହେରା, ମୁଖ୍ୟ ବକ୍ତା ଲାଲ ନନ୍ଦା ପ୍ରଧାନ,ବିଜେଡି ବ୍ଲକ ସଭାପତି ରଜନୀ କାନ୍ତ ମଲ୍ଲିକ, ଜଳନ୍ଧର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ  I 

ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୧୬ ଟି ଟିମ ଭାଗ ନେଇଥିବା ବେଳେ ବାଲିଗୁଡ଼ା ବ୍ଲକ ର ବାରଖମା ଟିମ୍ ଓ ଫିରିଙ୍ଗିଆ ବ୍ଲକ ର ଡିମ୍ବିରିଗୁଡା କ୍ରିକେଟ କ୍ଳବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଶେଷ ରେ ବାରଖମା ଟିମ୍ କୁ ପରାସ୍ତ କରି ଡିମ୍ବିରିଗୁଡା ଟିମ୍ ଚାମ୍ପିଅନ ହୋଇଥିଲେ । ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଅତିଥି ମାନେ   ଟ୍ରଫି ପ୍ରଦାନ କରିଥିଲେ । ଅଂଚଳର ଜଣାଶୁଣା ଅମପେୟାର ଦୀପକ ବେହେରା ଓ ରଜନୀ ଦିଗାଲ ପରିଚାଳନା କରିଥିବା ବେଳେ କ୍ଳବ ର ସମ୍ପାଦକ ବଜେନ୍ଦ୍ର କହଁର ଙ୍କ ସହ ଦୀକ୍ଷିତ ବିଷୋୟୀ, ପ୍ରିୟଦର୍ଶନ ମୁଖି, ବିଶ୍ଵରଂଜନ କହଁର, ଅନନ୍ତ କହଁର,ମାନସ ବିଶୋଇ, ଅଜୟ କହଁର, ପ୍ରମୋଦ ଦିଗାଲ ଓ କ୍ଳବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.