କୋଠପଦା, ୧/୯ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ଗ୍ରାମ ପଞ୍ଚାୟତ ବାଣପୁର ଗ୍ରାମରେ ଅଗ୍ନିକାଣ୍ଡ। ଜୀବନ୍ତ ଦଗ୍ଧ ହୋଇଗଲେ ୪ ଗାଈ। ଖବର ପାଇ ଘଟଣା ସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।
ସୂଚନାନୁଯାୟୀ, ବାଣପୁର ଗ୍ରାମର ନିରଞ୍ଜନ ମହାନ୍ତି କୌସ୍ତବ ମହାନ୍ତିଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦ୍ଵାରା ପାଖାପାଖି ଦୁଇଟି ଗୁହାଳ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଗୁହାଳରେ ଥିବା ୪ଟି ଗାଈ ପୋଡ଼ି ଯାଇଥିଲେ। କୌସ୍ତବ ମହାନ୍ତିଙ୍କ ୩ଟି ଗାଈ ଓ ନିରଞ୍ଜନ ମହାନ୍ତିଙ୍କ ୧ ଟି ଗାଈ ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣା ପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।