ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାକିରି ଦେବା ଆଳରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ , ଭଦ୍ରକରୁ ଗିରଫ ହେଲେ ନକଲି ଆଇଏଏସ ଅଫିସର

ମାଲକାନଗିରି,୧/୬(ଆପ୍ର ) ;  ନିଜକୁ ଜଣେ ଆଇଏଏସ ଅଫିସର ପରିଚୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇ ଦେଵା ନାମରେ ମାଲକାନଗିରି ଜିଲ୍ଲାର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କଠାରୁ ୨କୋଟି ରୁ ଉର୍ଦ୍ଧ ଟଙ୍କା  ଠକେଇ କରିଥିଲେ।  ଉକ୍ତ  ନକଲି ଆଇଏଏସ ଅଫିସରକୁ ମାଲକାନଗିରି ଥାନା  ପୁଲିସ ଭଦ୍ରକରୁ ଗିରଫ କରିଛି।  

ପୁଲିସ ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମର ବିଶ୍ୱଜିତ ଢାଲିଙ୍କ ପତ୍ନୀ କାକୁଲି ଦତ୍ତଙ୍କ ଏତଲା ଅନୁଯାୟୀ  ମାଲକାନଗିରି ହସ୍ପିଟାଲ ରେ ଚାକିରୀ କରୁଥିବା ଜଣେ  ମହିଳା କାକଲିଙ୍କୁ ଭୁବନେଶ୍ୱରର ମନୋଜ ସୁତାରଙ୍କ ଠିକଣା ଦେଇ କହିଥିଲେ ତାଙ୍କ ସହିତ ଯୋଗାଯୋଗ କଲେ ସେ ତୁମକୁ ହସ୍ପିଟାଲରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେବେ। ତାପରେ କାକଲି ମନୋଜ ସୁତାର ଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଚାକିରୀ ପାଇଁ ଟଙ୍କା ମାଗିଥିଲେ। ବିଭିନ୍ନ ସମୟରେ କିସ୍ତି ଅନୁସାରେ ମନୋଜ ଦେଇ ଥିବା ଏକାଉଣ୍ଟ କୁ ୪ଲକ୍ଷ୫୦ ହଜାର ଟଙ୍କା ୨୦୨୨ ମସିହାରେ ପଠାଇଥିଲେ କାକଲି । ବର୍ଷ ବର୍ଷ ଧରି ଚାକିରୀ ନ   ହେବା ଓ  ଟଙ୍କା ନ ଫେରାଇବାରୁ ଗତ ୨୮/୧୨/୨୦୨୩ ତାରିଖରେ ମାଲକାନଗିରି ଥାନା ରେ କାକଲି ଏତଲା ଦେଇଥିଲେ । ଠିକ ସେହିପରି କାଲିମେଳା ଥାନା ସ୍ଥ ଏମପିଭି ୬ଗ୍ରାମର ଅନିତା ସରକାରଙ୍କୁ ହସ୍ପିଟାଲ ରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେଵା ନାମରେ ୪ ଲକ୍ଷ ଟଙ୍କା ଠକି ନେଇ ଥିବାର ଅନିତା ମାଲକାନଗିରି ଥାନା ରେ ଅଭିଯୋଗ କରିଥିଲେ।  

ଏହି ଅଭିଯୋଗ କ୍ରମେ ମାଲକାନଗିରି ଏସପି ନୀତେଶ ୱାଧାୱନି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ଙ୍କ ପ୍ରତ୍ୟକ୍ଷ୍ୟ ତ୍ବତାବଧାନ ରେ ଏକ ସ୍ୱତନ୍ତ୍ର ଅନୁଧ୍ୟାନ କାରି ପୁଲିସ ଟିମ ଗଠନ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ବ କରାଯାଇ ଥିଲା । ପୁଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଥିଲା ଭଦ୍ରକ ଜିଲ୍ଲା ବାସଂଡ଼ା ଥାନା ସ୍ଥ ଚାରଢିଆ ଗ୍ରାମ ର ମନୋଜ ସୁତାର (୪୨) କଟକ ଓ ଭୁବନେଶ୍ୱର ରେ ଭଡା ଘର ନେଇ ରହି ନିଜକୁ ଜଣେ ଆଇଏଏସ ଅଫିସର ଭାବେ ପରିଚୟ ଦେଇ ବିଭିନ୍ନ ଜିଲ୍ଲା ନିରୀହ ଯୁବକ ଓ ଯୁବତୀଙ୍କୁ ଚାକିରୀ ଯୋଗାଇ ଦେଵା ନାମରେ ପ୍ରାୟ ୨କୋଟିରୁ ଉର୍ଦ୍ଧ ଟଙ୍କା ଠକି ନେଇ ଛନ୍ତି। 

ବିଶେଷ କରି ସେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡା ଜିଲ୍ଲା ଯୁବକ ଯୁବତୀ ଙ୍କୁ ସେ ଅଧିକ ଟାର୍ଗେଟ କରିଥିଲେ।କେବଳ ମାଲକାନଗିରି ଜିଲ୍ଲା ରୁ ହସ୍ପିଟାଲ ରେ ଷ୍ଟାଫ ନର୍ସ ଓ ଜିପିଓ ଚାକିରୀ ଦେଵା ନାମରେ ଅନେକ ପିଲା ଙ୍କ ଠାରୁ ପ୍ରାୟ ଦେଢକୋଟି ଟଙ୍କା ଠକିନେଇ ଥିବାର ପୁଲିସ କହିଛି। ପର ପଇସାରେ ମନୋଜ ନିଜକୁ ଜଣେ ଆଇ ଏଏସ ଅଫିସର ଢାଞ୍ଚାରେ ଚଳୁଥିଲେ।  ସେ ଯେତେବେଳେ ଗାଁ କୁ ଯାଆନ୍ତି ଦାମୀ କାର ରେ ଯାଇଥାନ୍ତି । କଟକ ଭୁବନେଶ୍ୱର ରେ ଜଣେ ବଡ଼ ସମାଜ ସେବୀ ଭାବେ କାମ କରୁଛି ବୋଲି ଗାଁରେ ସେ କହି ଥାନ୍ତି ।ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଚାକିରୀ ଯୋଗାଇ ଦେଵା କହି ଟଙ୍କା ନେବା ବେଳେ ଭୁବନେଶ୍ୱର ର ବଡ଼ ବଡ଼ ହୋଟେଲ କୁ ଡାକି ଥାନ୍ତି । ସେ ଦାମୀ କାର ରେ ସେ ହୋଟେଲ ରେ ପହଁଚିଥାନ୍ତି। ପିଲା ମାନେ ତାଙ୍କ ଚେହେରା ଓ ଷ୍ଟାଟସ ଦେଖି ତାଙ୍କୁ ଜଣେ ଆଇଏଏସ ଅଫିସର ଭାବେ ବିଶ୍ୱାସ କରି ଟଙ୍କା ଦେଇ ଦେଉଥିଲେ। ଦୀର୍ଘ ବର୍ଷ ବର୍ଷ ଧରି ଅପେକ୍ଷା କଲା ପରେ ମଧ୍ୟ ଚାକିରୀ ହେଲା ନାହିଁ କି ଟଙ୍କା ଫେରି ନପାଇବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଓ ଯୁବତୀମାନେ।

ମନୋଜ ଙ୍କ ଉପରେ ପୁଲିସ ସମ୍ପୂର୍ଣ ତଥ୍ୟ ସଂଗ୍ରହ କଲାପରେ ମାଲକାନଗିରି ଥାନା ସବଇନିସପେକ୍ଟର ପ୍ରଭାତ ଗୌଡ଼ ଙ୍କ ନେତୃତ୍ୱ ରେ ଏକ ଚାରି ଜଣିଆ ସ୍ୱତନ୍ତ୍ର ପୁଲିସ ଟିମ ଗତ ତିନିଦିନ ତଳେ ଭୁବନେଶ୍ୱର ଓ କଟକ ଯାଇ ମନୋଜ ସୁତାର ଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ସେଠାରେ ପାଇ ନଥିଲେ, ସେ ଭଦ୍ରକ ପଳାଇଥିବାର ଖବର ପାଇ ପୁଲିସ ଟିମ ଭଦ୍ରକ ରେ ପହଁଚି ମନୋଜଙ୍କୁ ଭଦ୍ରକ ଟାଉନ ରୁ ଗିରଫ କରି ମାଲକାନଗିରି ଥାନାକୁ ଆଣିଛନ୍ତି, ତାଙ୍କ ଠାରୁ ଠକେଇ ର ସମସ୍ତ ବିବରଣୀ ପାଇବା ପରେ ଆଜି ମନୋଜ ଙ୍କୁ ଠକେଇ ଅଭିଯୋଗ ରେ ପୁଲିସ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.