ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସ ପ୍ରଚାର ମଇଦାନରେ ମଲ୍ଲିକାର୍ଜୁନ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ

ଫୁଲବାଣୀ,୧୬/୦୫: ଆଜି ଫୁଲବାଣୀ ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁଦାରୀ ଏୟାରଷ୍ଟ୍ରିପରେ ଅପରାହ୍ନ  ୩.୩୦ରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ଆସି କରୋନେସନ ପଡ଼ିଆରେ ପହଞ୍ଚିବେ ।  ସେଠାରେ ଜନସଭାକୁ ସମ୍ବୋଧିତ କରିବେ ଖଡଗେ । ତାଙ୍କ ସହ ତେଲଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜୁନଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ନେଇ ଫୁଲବାଣୀରେ ରାଜନୈତିକ ମାହୋଲ ପୁଣି  ସରଗରମ ହୋଇଛି । କଂଗ୍ରେସ ପକ୍ଷରୁ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଲୋକସଭା ସାଂସଦ  ପ୍ରାର୍ଥୀଙ୍କ ସମେତ ସମସ୍ତ ୭ଟି ବିଧାନସଭା  କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଯୋଗ ଦେବେ ।

ବୁଧବାର  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ୯ରୁ ୯୦ ଦୋହରାଇଛନ୍ତି ପିସିସି ସଭାପତି ।  କନ୍ଧମାଳର ସମସ୍ତ ଆସନରେ ଦଳ ବିଜୟୀ  ହେବ ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି  ଚନ୍ଦ୍ର ଶେଖର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ  କଂଗ୍ରେସ କମିଟି ସମ୍ପାଦକ ସହାନବାଜ୍‌ ହୁସେନ  ଚୌଧୁରୀ, କନ୍ଧମାଳ ଲୋକସଭା କ୍ଷେତ୍ର ପ୍ରଭାରୀ  କୁନାଲ ବାନାର୍ଜୀ, ପୂର୍ବତନ ଜିଲ୍ଲା ସଭାପତି ଅନାମ  ନାୟକ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା,  ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

  • PrameyaOdia
  • prameya
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.