ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ, କହିଲେ- ସବୁ କାହିଁକି ଗେରୁଆ ରଙ୍ଗ ହେଉଛି ?

କୋଲକାତା,୧୮।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମ୍ ଇଣ୍ଡିଆର ଜର୍ସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ସବୁକିଛି ଗେରୁଆ ରଙ୍ଗ ହୋଇଯାଉଛି। ତାଙ୍କର ସିଧାସଳଖ ଟାର୍ଗେଟ ବିଜେପି ଆଡକୁ ଥିଲା। ମମତାଙ୍କ ଏହି ବୟାନ ପରେ ବିଜେପି ମଧ୍ୟ ଦେଇଛି ପାଲଟା ଜବାବ୍। ବିଜେପି ପକ୍ଷରୁ କୁହାଯାଇଛି ମମତା ତ ପୁରା କୋଲାକାତାକୁ ନୀଳ ଓ ଧଳା ରଙ୍ଗରେ ରଙ୍ଗେଇ ଦେଇଛନ୍ତି।

ମଧ୍ୟ କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏବେ ସବୁ କିଛି ଗେରୁଆ ରଙ୍ଗର ହେଉଛି! ଭାରତୀୟ ଖେଳାଳି ଆମର ଗର୍ବ, ମୋର ବିଶ୍ବାସ ରହିଛି ସେମାନେ ବିଶ୍ବକପ୍ ଜିତିବେ। କିନ୍ତୁ ଯେତେବେଳେ ଅଭ୍ୟାସ କରନ୍ତି, ତାଙ୍କର ପ୍ରାକ୍ଟିସ୍ ଜର୍ସି ମଧ୍ୟ ଗେରୁଆ ରଙ୍ଗର ହୋଇଯାଉଛି। ଥରେ ମୁଁ ଶୁଣିଥିଲି ମାୟାବତୀ ନିଜର ମୂର୍ତ୍ତୀ ତିଆରି କରିଥିଲେ, କିନ୍ତୁ ଏବେ ଏହା ସାଧାରଣ ହୋଇଯାଇଛି... ଏବେ ସବୁ ଜିନିଷ ନମୋ ନାମରେ ରଖାଯାଉଛି। ଏହାକୁ ସ୍ବୀକାର କରିହେବନି। 

ମମତା ବାନାର୍ଜୀ କାହାର ନାଁ ନକେଇ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୋତେ ତାଙ୍କର ମୂର୍ତ୍ତି ତିଆରି କରିବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ସବୁ ଜିନିଷକୁ ଗେରୁଆ ରଙ୍ଗ କରିବାର ଚେଷ୍ଟା ହେଉଛି। ଏବେ କ୍ରିକେଟରଙ୍କୁ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧାଇ ଦିଆଯାଇଛି। ଏବେ ସେମାନେ ଗୈରିକ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ହେଉ କି,ପ୍ରକୃତ ମ୍ୟାଚ୍‌ ହେଉ ସବୁବେଳେ ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ। ମେଟ୍ରୋ ଷ୍ଟେସନଗୁଡ଼ିକରେ ବି ଗୈରିକ ବର୍ଣ୍ଣ ଦିଆଯାଉଛି। ଏହା ଅସହ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି।’   

Copyright © 2022 - Summa Real Media Private Limited. All Rights Reserved.