ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

୨୦୨୪ ପୂର୍ବରୁ ଟିଏମ୍‌ସି ସାଂସଦଙ୍କ ଅଗ୍ନି ପରୀକ୍ଷା, ବହୁ ନେତାଙ୍କ ଟିକେଟ୍‌ କାଟି ପାରନ୍ତି ମମତା

କୋଲକାତା,୪।୧୧: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦଙ୍କ ପାଇଁ ଅଗ୍ନି ପରୀକ୍ଷାର ସମୟ। ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପାର୍ଟି ମୁଖ୍ୟ ମମତା ବାନାଜୀ ନିଜ ସାଂସଦଙ୍କୁ ନେଇ ଖୁବ୍ ସତର୍କ ଅଛନ୍ତି। ଟିଏମ୍‌ସି ହାଇକମାଣ୍ଡ ଏହି ନେତାଙ୍କ ଲୋକସଭା କ୍ଷେତ୍ରରୁ ଜନତାଙ୍କ ପ୍ରତିକ୍ରିୟା ନେବାରେ ଲାଗିଛନ୍ତି। ଏହାପରେ ଏହା ଠିକ୍ ହେବ ଯେ, ବର୍ତ୍ତମାନ ସାଂସଦଙ୍କୁ ଟିକେଟ ଦିଆଯିବ କିମ୍ବା ନାହିଁ। ଏକ ରିପୋର୍ଟ ଅନୁସାରେ, ଏହି ପକ୍ରିୟା ସବୁ ସାଂସଦଙ୍କ ଉପରେ ବାଧ୍ୟତାମୂଳକ ଭାବରେ ଲାଗୁ ହେବ। ସେ ସ୍ଥାନୀୟ ସ୍ତରର ଯେତେବଡ ନେତା ହୁଅନ୍ତୁ ପଛେ। ହାଇକମାଣ୍ଡ ପ୍ରାର୍ଥୀଙ୍କ ଆକଳନ କରିବା ପାଇଁ କିଛି ଖାସ୍‌ ମାନକ ଧାର୍ଯ୍ୟ କରିଛନ୍ତି।

ଟିଏମ୍‌ସି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେବା ସମୟରେ ଏହି କଥାର ଖାସ୍ ଧ୍ୟାନ ରଖାଯିବ ଯେ, ସାଂସଦ ଭାବରେ ସେହି ନେତା ନିଜ କ୍ଷେତ୍ର‌ରେ କେତେ ସମୟ ବିତାଇଛନ୍ତି। ହାଇକମାଣ୍ଡ ଦେଖିବେ ଯେ, ଯେଉଁ ସିଟ୍‌ରୁ ପାର୍ଟି ନେତା ସାଂସଦ ହୋଇଛନ୍ତି, ସେଠାରୁ ଜନତାଙ୍କୁ କେତେ ସମୟ ଦେଇଛନ୍ତି। ଏଭଳି ସ୍ଥିତିରେ ପାର୍ଟିର କିଛି ସେଲିବ୍ରିଟି ସାଂସଦଙ୍କୁ ଅଡୁଆର ସାମନା କରିବାକୁ ପଡିପାରେ, ଯାହାଙ୍କୁ ନିର୍ବାଚନ ଜିତିବା ପରେ ସ୍ଥାନୀୟ ଲୋକଙ୍କ ସହିତ କମ୍ କଥାବାର୍ତ୍ତାର ହୋଇଥିବାର ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ, ମମତା ନିଜ ପାର୍ଟିର ସେହି ସାଂସଦଙ୍କୁ ପୁଣିଥରେ ଟିକେଟ ଦେବେ ଯାହାଙ୍କର ଟ୍ରାକ୍ ରେକର୍ଡ ଭଲ ରହିବ। ନେତାଙ୍କର ଜନତାଙ୍କ ସହ ସମ୍ପର୍କ ଭଲ ଥିବ। ଏସବୁ ଜାଣିବା ପାଇଁ ଅଲଗା ଅଲଗା ଟିମ୍ ପଠାଯାଇପାରେ। ଏହା ସହିତ ସ୍ଥାନୀୟ ସ୍ତରର ଲୋକଙ୍କ ସହିତ ସିଧା ସଳଖ ଆଲୋଚନା କରିପାରନ୍ତି। 

Copyright © 2022 - Summa Real Media Private Limited. All Rights Reserved.