ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଟା ଷ୍ଟିଲ ସେଲ୍ସ ହେଡଙ୍କ ହତ୍ୟା ମାମଲା, ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ

ନୂଆଦିଲ୍ଲୀ: ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ବିନୟ ତ୍ୟାଗୀଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ । ଉତ୍ତରପ୍ରଦେଶର ଗାଜିଆବାଦରେ  ଆଜି ଭୋର ସମୟରେ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ୍‌ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ପୁଲିସ ସବ୍‌ଇନ୍ସପେକ୍ଟର ମଧ୍ୟ ଗୁରୁତର ହୋଇଛନ୍ତି । ଏନକାଉଣ୍ଟରରେ ମୃତ ଅଭିଯୁକ୍ତର ନାଁ ଅକ୍କି ବୋଲି ଜଣାପଡ଼ିଛି ।

ଗାଜିଆବାଦ ପୁଲିସ ଅନୁସାରେ, ଗୁରୁବାର ରାତିରେ ପାଟ୍ରୋଲିଂ ବେଳେ ଏକ ବାଇକକୁ ଅଟକାଇବାରୁ ଚାଳକ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏହାପରେ ପୁଲିସ ଟିମ୍‌ ଉକ୍ତ ବାଇକର ପିଛା କରିଥିଲା। ଏହାପରେ ଆଜି ସକାଳୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ ଗୁଳିରେ ଅକ୍କିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ସବ୍‌ ଇନ୍ସପେକ୍ଟର ଗୁରୁତର ହୋଇଛନ୍ତି । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।  

ପୁଲିସ ତୁରନ୍ତ ସବଇନ୍ସପେକ୍ଟର ଓ ଅକ୍କିକୁ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଅକ୍କିକୁ ମୃତ ଘୋଷଣା କରିଥିବା ବେଳେ ସବଇନ୍ସପେକ୍ଟର ଗୁରୁତର ଥିବା ଜଣାପଡ଼ିଛି । ଅକ୍କି ନିକଟରୁ ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ବିନୟ ତ୍ୟାଗୀଙ୍କ ମୋବାଇଲ ଜବତ କରିଛି ପୁଲିସ। ତେବେ ଗତ ୩ ତାରିଖ ରାତିରେ ଅକ୍କି ନିଜ ସହଯୋଗୀଙ୍କ ସହ ବିନୟ ତ୍ୟାଗୀଙ୍କ ନିକଟରୁ ଲୁଟପାଟ କରିବା ସହ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.