ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିବାହର ୧୨ ଦିନ ପରେ ଜଣାପଡି଼ଲା ପତ୍ନୀ ପୁରୁଷ, ଥାନାର ଦ୍ୱାରସ୍ଥ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ ୩୦/୦୫: ସମୟ ସମୟରେ ମଣିଷ ସହିତ ଏମିତି କିଛି ଘଟଣା ଘଟିଥାଏ ଯାହା ତାକୁ ହତବାକ୍‌ କରିଦିଏ । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନିକଟରେ ସେଭଳି ପରିସ୍ଥିତିର ସାମ୍ନା କରିଥିଲେ । ବିବାହର ୧୨ ଦିନ ପରେ ତାଙ୍କ ପତ୍ନୀ ଜଣେ ପୁରୁଷ ବୋଲି ଜାଣିବା ପରେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏକେ(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ଗତବର୍ଷ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ତାଙ୍କର ଭାବି ପତ୍ନୀ ଆଦିଣ୍ଡା କାଞ୍ଜାଙ୍କୁ ଭେଟିଥିଲେ । କଥା ଆଗକୁ ବଢ଼ିବା ପରେ ସାକ୍ଷାତ ପାଇଁ ଆସିଥିବାବେଳେ ଆଦିଣ୍ଡା ପାରମ୍ପରିକ ମୁସଲିମ ପୋଷାକ ପିନ୍ଧିଥିଲେ । ସେତେବେଳେ ତାଙ୍କର ପୂରା ମୁହଁ ଆବୃତ୍ତ ହୋଇ ରହିଥିଲା । ଏକେ ତାକୁ ଇସଲାମ ପ୍ରତି ସମର୍ପଣର ପ୍ରତୀକ ବୋଲି ଭାବିନେଲେ । ପରେ ସେମାନେ ପ୍ରେମରେ ପଡି଼ଲେ ଏବଂ ବିବାହ କରିବାକୁ ମନସ୍ଥ କଲେ । 

ସେତେବେଳେ ଆଦିଣ୍ଡା ଏକେଙ୍କୁ ନିଜ ପରିବାରରେ କେହି ନଥିବା କଥା ଜଣାଇଲେ । ଚଳିତବର୍ଷ ଏପ୍ରିଲ ୧୨ ତାରିଖରେ ନିରାଡ଼ମ୍ବର ଭାବେ ଉଭୟଙ୍କ ବିବାହ ଅନୁଷ୍ଠିତ ହେଲା । ତେବେ ବିବାହ ପରେ ଆଦିଣ୍ଡା ସବୁବେଳେ ସ୍ୱାମୀଙ୍କଠାରୁ ତାଙ୍କର ମୁହଁକୁ ଲୁଚାଉଥିଲେ । ସେହିପରି ଗାଁରେ ଏକେଙ୍କ ପରିବାର ଓ ପରିଜନଙ୍କ ସହିତ ମିଶିବାକୁ ସେ ମନାକଲେ । କେବଳ ସେତିକି ନୁହେଁ, ବିଭିନ୍ନ ଆଳ ଦେଖାଇ ସ୍ୱାମୀଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବି ସେ ଏଡ଼ାଇଲେ । ତାଙ୍କର ଏଭଳି ବ୍ୟବହାର ଦେଖି ଏକେଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ତେଣୁ ସେ ପତ୍ନୀଙ୍କ ସଂପର୍କରେ ବିଭିନ୍ନ ଆଡୁ ଖୋଜଖବର ନେଲେ । ସେଥିରୁ ଜଣାପଡି଼ଲା ଯେ, ଆଦିଣ୍ଡା ଜଣେ ପୁରୁଷ । ତାଙ୍କର ପ୍ରକୃତ ନାମ ହେଉଛି ଇସ୍‌ । ଇସ୍‌ଙ୍କର ବାପାମା’ ବଞ୍ଚିଥିବାବେଳେ ସେମାନେ ନିଜ ସନ୍ତାନର ଏଭଳି କାରନାମା ବିଷୟରେ ଜାଣିନଥିବା ସୂଚନା ମିଳିଲା । ଏହାପରେ ଏକେ ପୁଲିସର ଦ୍ୱାରସ୍ଥ ହେଲେ । ଏକେଙ୍କ ପାରିବାରିକ ସମ୍ପତ୍ତି ହଡ଼ପ ଲାଗି ଇସ୍‌ ତାଙ୍କୁ ବିବାହ କରିଥିବା ପୁଲିସକୁ କହିଛନ୍ତି । ସ୍ଥାନୀୟ ଆଇନ ଅନୁସାରେ ଇସ୍‌ଙ୍କ ବିରୋଧରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.