ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

୧୦୦ ଗ୍ରାମ ପାଇଁ ଅଲିମ୍ପିକ୍ସରୁ ଆଉଟ୍‌ ଭିନେଶ ଫୋଗାଟ, ୪ ଘଣ୍ଟାରେ ୨ କେଜି କମାଇ ସ୍ବର୍ଣ୍ଣ ଜିଣିଥିଲେ ମେରିକମ୍‌

ନୂଆଦିଲ୍ଲୀ: ଭାରତୀୟ ତାରକା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହୋଇଛନ୍ତି । ମାତ୍ର ୧୦୦ ଗ୍ରାମ ଓଜନ ବଢ଼ିଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ବାହାର କରିଦିଆଯାଇଛି । ପ୍ରଥମ ଭାରତୀୟ ମହିଳା ରେସଲର ଯିଏକି ଫାଇାନଲରେ ପ୍ରବେଶ କରିଥିଲେ । ଆଜି ସକାଳ ପର୍ଯ୍ୟନ୍ତ ବି ଆଶା ଥିଲା ଭିନେଶ ଫୋଗାଟ ଗୋଲ୍ଡ ମେଡାଲ ଜିତିବେ । କିନ୍ତୁ ତାଙ୍କର ଓଜନ ୫୦ କେଜି ୧୦୦ ଗ୍ରାମ ହୋଇଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ଆଉଟ୍‌ ହେବାକୁ ପଡ଼ିଛି । ଏଥିପାଇଁ ଭିନେଶ ଫୋଗାଟ ଯେତିକି ଦୁଃଖିତ ତାଠୁ ଅଧିକ ଭାବବିହ୍ବଳ ଦେଶବାସୀ । 

୨୯ ବର୍ଷୀୟା ଭିନେଶ ଫୋଗାଟ୍‌ । ରାତିସାରା ଶରୀରର ଓଜନ କମ୍‌ କରିବା ପାଇଁ କରିଥିଲେ କସରତ । ଉଜାଗର ରହି ସାଇକ୍ଲିଂ କରିଥିଲେ । ନା କିଛି ଖାଇଥିଲେ ନା ପିଇଥିଲେ, ତାଙ୍କର ଗୋଟିଏ ଲକ୍ଷ ଥିଲା ଶରୀରର ଓଜନ ୫୦ କିଲୋ ଭିତରେ ରହିବା ଦରକାର । ଏପରିକି ତାଙ୍କ ଶରୀରର ଓଜନ ମଧ୍ୟ ୧୯୦୦ ଗ୍ରାମ କମ୍‌ ହୋଇଥିଲା । କିନ୍ତୁ ନିର୍ଦ୍ଧାରିତ ଓଜନରରୁ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ଭିନେଶ ଫୋଗାଟଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସରୁ ବାହାର ହେବାକୁ ପଡ଼ିଛି । ଫୋଗାଟ ଅଲିମ୍ପିକ୍ସରୁ ଆଉଟ ହୋଇଯିବା ପରେ ଏବେ ପୂର୍ବତନ ଭାରତୀୟ ତାରକା ମହିଳା ବକ୍ସର ମେରି କମଙ୍କ କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।   ଯିଏକି ଏଭଳି ସ୍ଥିତିରେ ୪ ଘଣ୍ଟା ଭିତରେ ଦୁଇ କିଲୋ ଓଜନ କମାଇଥିଲେ । 

 ୧୫ ଡିସେମ୍ବର ୨୦୧୮ରେ ପୋଲାଣ୍ଡରେ ଆୟୋଜିତ ସାଇଲେସିଆନ୍‌ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ମେରି କମ୍‌ ଅଂଶଗ୍ରହଣ କରିବାର ଥିଲା । ଆଉ ଏଥିପାଇଁ ୪ ଥର ବିଶ୍ବ ଚାମ୍ପିୟନ ମେରି କମ୍‌ଙ୍କୁ ଶରୀର ଓଜନ ୪୮ କିଲୋ ଭିତରେ ରହିବାର ଥିଲା । କିନ୍ତୁ ମୁକାବିଲା ଆରମ୍ଭ ହେବା ପୂର୍ବରୁ ମେରିକମ୍‌ଙ୍କ ଶରୀରର ଓଜନ ୫୦ କିଲୋଗ୍ରାମ ଥିବା ନେଇ ଜଣାପଡ଼ିଥିଲା । ଏପରି ଲାଗୁଥିଲା ଯେମିତି ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଯିବ । କିନ୍ତୁ ଏମିତି କିଛି ହେଲା ନାହିଁ । କାରଣ ମାତ୍ର ୪ ଘଣ୍ଟା ମଧ୍ୟରେ ମେରିକମ ୨ କେଜି ଓଜନ କମାଇ ଦେଇଥିଲେ । ଗୋଟିଏ ଘଣ୍ଟା କେବଳ ସ୍କିପିଂ କରିଥିଲେ ମେରିକମ । 

 ଏନେଇ ମେରିକମ କହିଥିଲେ ଯେ, ‘ପୋଲାଣ୍ଡରେ ଆମର ଫ୍ଲାଇଟ୍‌ ଭୋର ପ୍ରାୟ ସାଢ଼େ ୩ରେ ଲ୍ୟାଣ୍ଡ କରିଥିଲା । ସେତେବେଳକୁ ମୋ ଶରୀରର ଓଜନ ନିର୍ଦ୍ଧରିତ ଓଜନ ଠାରୁ ୨ କେଜିରୁ ଅଧିକ ଥିଲା । ସକାଳ ସାଢ଼େ ୭ରେ ଓଜନ ହେବାର ଥିଲା । ତେଣୁ ମୋ ପାଖରେ ୪ ଘଣ୍ଟା ସମୟ ଥିଲା । ସ୍ଥିତି ଏମିତି ଥିଲା ଯେ, ଯଦି ଓଜନ କମ୍‌ କରିବି ତେବେ ଟୁର୍ଣ୍ଣାମେଣ୍ଟ ଖେଳିବି ନଚେତ ମୋତେ ଫେରିଯିବାକୁ ପଡ଼ିବ ।’ ଓଜନ କମାଇବାକୁ ନେଇ ମେରିକମ କହିଥିଲେ, ସେ ଗୋଟିଏ ଘଣ୍ଟା ସ୍କିପିଂ କରିଥିଲେ । ସେହି ମୁକାବିଲାରେ କେବଳ ଓଜନ କମାଇ ନଥିଲେ ମେରିକମ୍‌ ବରଂ କଜାକିସ୍ତାନର ଏଇଜେରିମ କାସାନାଏଭାଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.