ନୂଆଦିଲ୍ଲୀ, ୧/୯ : ଅଭିନେତା ମୋହନଲାଲ ଶନିବାର ମଲୟାଲମ ଫିଲ୍ମ ଉଦ୍ୟୋଗରେ ଯୌନ ଶୋଷଣ ଉପରେ ନ୍ୟାୟମୂର୍ତ୍ତି ହେମା ସମିତିର ରିପୋର୍ଟ ଉପରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଅପରାଧିଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ । ଏହା ମଧ୍ୟରେ ମଲୟାଲମ ସିନେମାରେ କାମ କରୁଥିବା ଜଣେ ଅଭିନେତା ନିର୍ଦ୍ଦେଶକ ରଞ୍ଜିତଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି ।
ମଲୟାଲମ ସିନେମାରେ କାମ କରୁଥିବା ଜଣେ ଅଭିନେତାଙ୍କ ଅଭିଯୋଗ ଆଧାରରେ ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିପକ୍ଷରେ ଯୌନ ଉତ୍ପୀଡ଼ନର ଦ୍ବିତୀୟ ମାମଲା ରୁଜୁ କରାଯାଇଛି । କୋଡିକୋଡ଼ ପୋଲିସ ଏହି କଥାର ସୂଚନା ଦେଇଛି । ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ଉପରେ ଅଭିଯୋଗକର୍ତ୍ତା ଅଭିନେତା ଅଭିଯୋଗ ଲଗାଇଛନ୍ତି କି ନିର୍ଦ୍ଦେଶକ ୨୦୧୨ରେ ତାଙ୍କୁ ବେଙ୍ଗାଲୁରର ଏକ ହୋଟେଲରେ ଡକାଇଥିଲେ । ଯେଉଁଠାରେ ତାଙ୍କୁ କପଡ଼ା ଖୋଲିବାକୁ କହିଥିଲେ। ନିର୍ଦ୍ଦେଶକ ତାଙ୍କର ନ୍ୟୁଡ ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ ଅଭିଯୋଗ କର୍ତ୍ତା ଦାବି କରିଛନ୍ତି କି ତାଙ୍କର ନ୍ୟୁଡ ଫଟୋକୁ ଏକ ଜଣାଶୁଣା ମହିଳା ଅଭିନେତ୍ରୀଙ୍କୁ ପଠାଯାଇଥିଲା। ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତ ଏହି ଅଭିଯୋଗକୁ ଖାରଜ କରିଛନ୍ତି ।
ଏହି ମାମଲାକୁ ନେଇ କୋଡିକୋଡ଼ର ଜଣେ ବରିଷ୍ଠ ପୋଲିସ ଅଧିକରୀ କହିଛନ୍ତି କି ରଞ୍ଜିତଙ୍କ ବିପକ୍ଷରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ ଏବଂ ଆଇଟି ଅଧିନିୟମର ଧାରା ୬୬ଇ ମାଧ୍ୟମରେ କସାବା ଥାନାରେ ପ୍ରାଥମିକ ଏତଲା ରୁଜୁ କରାଯାଇଛି । ଏହା ପୂର୍ବରୁ ଜନୈକ ବଙ୍ଗଳା ଅଭିନେତ୍ରୀ ଅଭିଯୋଗ ଲଗାଇଥିଲେ କି ନିର୍ଦ୍ଦେଶକ ରଞ୍ଜିତ ୨୦୦୯ରେ ଫିଲ୍ମ ‘ପାଲେରୀ ମଣିକ୍ୟମ’ରେ ଅଭିନୟ କରିବା ଲାଗି ଆମନ୍ତ୍ରିତ କରିବା ପରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।