ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ମାଲକାନଗିରି ପୂର୍ବତନ ସଭାପତି ବରିଷ୍ଠ ବିଜେଡି ନେତା ସର୍ଦ୍ଦାର ମେହେଙ୍ଗା ସିଂଙ୍କ ପରଲୋକ

ମାଲକାନଗିରି, ୧।୯ : ବିଜେଡି ଦଳର ମାଲକାନଗିରି ଜିଲ୍ଲା ପୂର୍ବତନ ବରିଷ୍ଠ ସଭାପତି ସର୍ଦ୍ଦାର ମେହେଙ୍ଗା ସିଂଙ୍କ ପରଲୋକ। ତାଙ୍କ ପରଲୋକରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମେହେଙ୍ଗା ସିଂଙ୍କ ବିୟୋଗ ଖବର ପାଇ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ କୋରେଇ ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ଵିଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ମାଲକାନଗିରି ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ସର୍ଦ୍ଦାର ମେହେଙ୍ଗା ସିଂଙ୍କ ଦେହାନ୍ତ ଖବର ଦୁଃଖଦାୟକ। ଜିଲ୍ଲାରେ ଦଳର ସଙ୍ଗଠନ ଓ ସେବା କାର୍ଯ୍ୟକୁ ବ୍ୟାପକ କରିବାରେ ତାଙ୍କ ଅବଦାନ ସବୁବେଳେ ମନେ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଉଛି।

ମେହେଙ୍ଗା ସିଂଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ବିଧାୟକ ମାନସ ମାଡକାମୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା ଓ ଅନ୍ୟାନ୍ୟ ନେତା କର୍ମୀ ଏବଂ ବରିଷ୍ଠ ବ୍ୟକ୍ତି ବିଶେଷ, ସରକାରୀ ଅଧିକାରୀଙ୍କ ସହିତ ସହରବାସୀ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଆଜି ଭୋର୍ ସାଢେ ୪ଟାରେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳେକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଶୁଭେଛୁ ମାଲକାନଗିରି ସଦର ମହକୁମା ସ୍ଥିତ ଦୁର୍ଗାଗୁଡି ସାହିରେ ଥିବା ତାଙ୍କ ବାସଭବନରେ ପହଞ୍ଚିଛନ୍ତି। 

ମେହେଙ୍ଗା ସିଂଙ୍କ ଜନ୍ମ ୩ ମାର୍ଚ୍ଚ ୧୯୪୭ ମସିହାରେ । ୧୯୬୫ ମସିହାରେ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସି ଗୋଟିଯୋଡି ଗ୍ରାମରେ ବସତି ସ୍ଥାପନ କରିଥିଲେ। ବ୍ୟବସାୟ ଏବଂ କୃଷି ଥିଲା ତାଙ୍କର ମୁଖ୍ୟ ଜୀବିକା। ୧୯୭୭ ମସିହାରେ ସର୍ବ ପ୍ରଥମେ ଜନତା ଦଳରେ ଯୋଗ ଦେଇ ମାଲକାନଗିରି ନିର୍ବାଚନ ମଣ୍ଡଳୀର ସଭାପତି ମଣ୍ଡନ କଲା ପରେ କଠିନ ପରିଶ୍ରମ କରି ଜନତା ଦଳର ସଙ୍ଗଠନକୁ ସୁଦୃଢ କଲେ। ଫଳରେ ୧୯୭୭ ମସିହାରେ ହୋଇଥିବା ନିର୍ବାଚନରେ ଜନତା ଦଳରୁ ବିଧାୟକ ଭାବେ ନାକା କାହ୍ନାୟା ବିଜୟ ଲାଭ କରିଥିଲେ। ମେହେଙ୍ଗା ସିଂଙ୍କ ବରିଷ୍ଠ ନେତୃତ୍ବ ଓ ଦକ୍ଷ ରାଜନୈତିକ ସଂଗଠକ ହେତୁ ଜନତା ଦଳ ବାରମ୍ବାର ବିଜୟ ଲାଭ କରି ଆସିଥିଲେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ। ସେ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅତି ଆପଣାର ମଣିଷ । ସ୍ୱର୍ଗତ ବିଜୁବାବୁ ତାଙ୍କୁ ନିଜର ପରିବାରର ଜଣେ ସଦସ୍ୟ ଭାବେ ଦେଖୁଥିଲେ।ସେ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ମାଲକାନଗିରି ଅଞ୍ଚଳର ଯାହା ବିକାଶର କଥା ବିଜୁବାବୁଙ୍କ ନିକଟରେ ଉପସ୍ଥାପନ କରୁଥିଲେ, ସିଧାସଳଖ ତାଙ୍କ କଥାକୁ ଗୁରୁତ୍ବ ଦେଉଥିଲେ। ୧୯୯୦ ମସିହାରୁ ୧୯୯୭ ଜନତା ଦଳ ଏବଂ ୧୯୯୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଭାପତି ଥିଲେ। ସେ ଯୁବ ଅବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ।  

 ବିଜୁବାବୁଙ୍କ ଦେହାନ୍ତ ପରେ ମଧ୍ୟ ବିଜେଡିରେ ସଭାପତି ରହି ଦାୟିତ୍ଵ ନିର୍ବାହ କରିଥିଲେ। ମାଲକାନଗିରିରେ ଜନତା ଦଳ ହେଉ କି ବିଜୁ ଜନତା ଦଳ ହେଉ ମେହେଙ୍ଗା ସିଂଙ୍କୁ ବୁଝାଉଥିଲା । ସେ ଆଜି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କ ମୃତ ଶରୀରକୁ ଦୁର୍ଗାଗୁଡି ସ୍ଥିତ ବାସଭବନ ରଖାଯାଇଛି। ତାଙ୍କ ମରଶରୀର ନିକଟରେ ପତ୍ନୀ ରାଜବନ୍ତ କୌର ଓ ପୁତ୍ର ସତବିନ୍ଦର ସିଂ ରହିଛନ୍ତି। ତାଙ୍କର ଆଉ ଦୁଇ ପୁଅ ପୁପିନ୍ଦର ସିଂ ଏବଂ ପ୍ରୀତପାଲ ସିଂ ଭୁବନେଶ୍ୱରରେ ରହୁଥିବା ଜଣାପଡିଛି। ତାଙ୍କର ଦୁଇ କନ୍ୟା ପରମିନନ୍ଦର ଜିତ କୌର ଏବଂ କୁଲବିନ୍ଦର ଜିତ କୌର ପଞ୍ଜାବରେ ରହୁଥିବା ଜଣାପଡିଛି। ସୂଚନା ପାଇ ସମସ୍ତେ ମାଲକାନଗିରି ଆସୁଥିବା ବେଳେ ତାଙ୍କର ଆସନ୍ତା କାଲି ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ କରାଯିବ ବୋଲି ଜଣା ପଡ଼ିଛି। 

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.