ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସ୍ତା ପାରି ହେଉଥିବା ବେଳେ ଚଢିଗଲା ପିକ୍‌ଅପ୍ ଭ୍ୟାନ୍, ବୃଦ୍ଧ ମୃତ

ଉମରକୋଟ,୨୮/୦୩ : ରାସ୍ତା ପାର ହେଉଥିବା ସମୟରେ ଚଢିଗଲା ପିକ୍‌ଅପ୍ ଭ୍ୟାନ୍, ବୃଦ୍ଧ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭରଣ୍ଡି ଗ୍ରାମରେ। ବୃଦ୍ଧା ଜଣକ ହେଲେ ସାନ ଭରଣ୍ଡି ଗ୍ରାମର ଗୌରୀ ମାଝୀ (୮୦ବର୍ଷ)। ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଉମରକୋଟ ଠାରୁ ନବରଙ୍ଗପୁର ଯାତାୟତ ବାଧାପ୍ରାପ୍ତ ହୋଇଛି। 

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ସାନଭରଣ୍ଡି ଗ୍ରାମ ୩୯ ନମ୍ୱର ରାଜ୍ୟ ରାଜପଥରେ ଏକ ଛତୁ ବୋଝେଇ ପିକଅପ୍ ଗାଡ଼ି ରାୟପୁର ଠାରୁ ନବରଙ୍ଗପୁର ଛତୁ ନେଇ ଯାଉଥିଲା । ଏହି ସମୟରେ ସାନଭରଣ୍ଡି ଗ୍ରାମର ଗୌରୀ ମାଝୀ ରାସ୍ତା ପାର କରୁଥିବା ସମୟରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗୌରୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳ ସାଢେ ୫ଟା ସମୟରେ ଘଟଣାଟି ଘଟିଥିଲା । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ଶବ ରଖି ୩୯ ନମ୍ୱର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଫଳରେ ଉମରକୋଟ ଠାରୁ ନବରଙ୍ଗପୁର ଯାତାୟତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକ ଓ ହେଲେପରଙ୍କୁ ଗିରଫ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.