ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଭୁବନେଶ୍ୱରରେ ଲୁଚିଛି ହକି ଖେଳାଳି ବରୁଣ, ୪ ଦିନ ହେଲା ଡେରା ପକାଇଛି ବେଙ୍ଗାଲୁରୁ ପୁଲିସ

ଭୁବନେଶ୍ୱର ୦୯/୦୨: ଅନ୍ତର୍ଜାତୀୟ ହକି ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜେତା ବରୁଣ କୁମାରଙ୍କୁ ଖୋଜୁଛି ବେଙ୍ଗାଲୁରୁ ପୁଲିସ୍‌ । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ ପରେ ବରୁଣ ଫେରାର ହୋଇଯାଇଥିବା ଜଣାପଡିଛି । ସେ ଭୁବନେଶ୍ୱର ଲୁଚିଥିବା ପ୍ରମାଣ ମିଳିଛି । ବେଙ୍ଗାଲୁରୁ ପୁଲିସ୍‌ର ଏକ ଟିମ୍‌ ଗତ ୪ ଦିନ ହେବ ଏଠାରେ ଡେରା ପକାଇଛି । ବରୁଣର ଶେଷ ମୋବାଇଲ୍‌ ଲୋକେସନ୍‌ ମୈତ୍ରୀବିହାର ଦର୍ଶାଉଥିଲାବେଳେ ପୁଲିସ୍‌ ବରୁଣର ପତ୍ତା ପାଇନାହିଁ । 

କିଛିଦିନ ତଳେ ବେଙ୍ଗାଲୁରୁର ଜଣେ ୨୨ ବର୍ଷୀୟ ଯୁବତୀ ବରୁଣ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଏତଲାରେ ଦର୍ଶାଇଥିଲେ, ୨୦୧୯ ମସିହାରେ (ସେତେବେଳେ ସେ ନାବାଳିକା ଥିଲେ) ଇନ୍‌ଷ୍ଟାଗ୍ରାମରେ ବରୁଣ ଓ ମିଲି (ଛଦ୍ମାନାମ, ୨୨ ବର୍ଷ)ଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢ଼ି ଉଠିଥିଲା । ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ୨୦୧୯ରେ ବରୁଣ ତାଙ୍କୁ  ଜୟନଗର (ବେଙ୍ଗାଲୁରୁ) ଏକ ହୋଟେଲକୁ ନେଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ସେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ । ୫ ବର୍ଷ ଉଭୟ ସଂପର୍କରେ ରହିଥିଲେ । ପରେ ବରୁଣ ତାଙ୍କ ସହ ସଂପର୍କ ତୁଟାଇ ଦେଇଥିଲେ ।  ଯୁବତୀ ଜଣଙ୍କ ବାରମ୍ବାର ପ୍ରୟାସ କରିବି ବରୁଣଙ୍କ ସହ ଯୋଗାଯୋଗ କରି ପାରିନଥିଲେ । ଶେଷରେ ସେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ମିଲିଙ୍କ ଏତଲାକୁ ଭିତ୍ତି କରି ପୁଲିସ ବରୁଣଙ୍କ ନାମରେ ପୋକ୍‌ସୋ ଆଇନ ସହ ୩୭୬ ଓ ୪୨୦ ଦଫା ଲଗାଇ ମାମଲା ରୁଜୁ କରିଛି ।  

ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ପାଇଁ ବରୁଣ ଗତ ୫ ତାରିଖରେ ଅମୃତସରରୁ ଭୁବନେଶ୍ୱର ଆସି ସାଥି ଖେଳାଳିଙ୍କ ସହ ହୋଟେଲରେ ରହିଥିଲେ । ତାଙ୍କୁ ଧରିବା ପାଇଁ ବେଙ୍ଗାଲୁରୁ ପୁଲିସ୍‌ ଟିମ୍‌ ଭୁବନେଶ୍ୱର ଆସି କମିଶନରେଟ୍‌ ପୁଲିସ୍‌ର ସହାୟତା ନେଇଥିଲା । ଗତକାଲି ଭାରତର ମ୍ୟାଚ୍‌ ଥିଲା । ବେଙ୍ଗାଲୁର ପୁଲିସ୍‌ ଟିମ୍‌ କଳିଙ୍ଗ ଷ୍ଟାଡ଼ିୟମର ବିଭିନ୍ନ ଗେଟ୍‌ରେ ଛକି ରହିଥିଲା । ହେଲେ ବରୁଣ ଚକମା ଦେଇ ସେଠାରୁ ଖସି ଯାଇଥିଲେ । 

ଶେଷ ଭରସା ଥିଲା ସିସିଟିଭି ଫୁଟେଜ । ସେଣ୍ଟ୍ରାଲ୍‌ ସିସିଟିଭି କଣ୍ଟ୍ରୋଲ ରୁମକୁ ଯାଇ ଘଣ୍ଟା ଘଣ୍ଟା ଘାଣ୍ଟି ହୋଇଥିଲା ବେଙ୍ଗାଲୁରୁ ପୁଲିସ୍‌ । ନିମ୍ନମାନର ଝାପସା ଫୁଟେଜ୍‌ ପୁଲିସ୍‌କୁ ନିରାସ କରିଥିଲା । କମିଶନରେଟ୍‌ ପୁଲିସ୍‌ ସହଯୋଗରେ ବିଭିନ୍ନ ଆଡେ ଚଢ଼ଉ ଚାଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସହ ବେଙ୍ଗାଲୁରୁ ଡିସିପି ଯୋଗଯୋଗରେ ଅଛନ୍ତି । ଘଟଣା ହାଇପ୍ରେଫାଇଲ୍‌ ହୋଇଥିବାରୁ ସତର୍କତା ଅବଲମ୍ବନ କରୁଛି ପୁଲିସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.