ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲେ ମାଲବାହୀ ଟ୍ରେନ୍, ଏକାଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ପୋଲିସ କଷ୍ଟଡିରେ ଅଭିଯୁକ୍ତର ମୃତ୍ୟୁ: ଥାନା ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ, ୧୧ ପୋଲିସ କର୍ମଚାରୀ ଆହତ

ବେଙ୍ଗାଲୁର,୨୫।୬: କର୍ଣ୍ଣାଟକର ଦାଭଣଗିରେ ଜିଲ୍ଲାର ଚନ୍ନାଗିରିରେ ଆଦିଲ ନାମକ ଜଣେ ବ୍ୟକ୍ତିଙ୍କ ପୋଲିସ ଷ୍ଟେସନ୍‌ରେ ମୃତ୍ୟୁ ପରେ ହିଂସାକାଣ୍ଡ।ଶନିବାର  ଉତ୍ୟକ୍ତ ଲୋକ ପୋଲିସ ଷ୍ଟେସନ୍ ଭଙ୍ଗାରୁଜା କରିବା ସହ ଟେକାପଥର ମାଡ ଓ ବହୁ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସର କହିବା ଅନୁସାରେ, ଆଦିଲ(୩୦)ଙ୍କୁ ଜୁଆ ଖେଳରେ ସମ୍ପୃକ୍ତି ନେଇ ୨୪ ମଇରେ କଷ୍ଟଡିରେ ନେଇଥିଲା ପୋଲିସ। ଶୁକ୍ରବାର ଆଦିଲଙ୍କ ଦେହ ଖରାପ ହେବାପରେ ଥାନରେ ମୃତ୍ୟୁ ହୋଇଥିଲା।

ଆଦିଲଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଲୋକ ଥାନାରେ ପହଁଞ୍ଚି ହଙ୍ଗାମା କରିଥିଲେ। ଉତ୍ୟକ୍ତ ଲାକେ ପୋଲିସ ବାହାନକୁ କ୍ଷତି ପହଁଞ୍ଚାଇଥିବା ବେଳେ ଟେକାପଥର ମାଡ କରିଛନ୍ତି। ଏଥିରେ ପୋଲିସ ଷ୍ଟେସନ୍‌ର ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି।ଉତ୍ୟକ୍ତ ଲୋକଙ୍କୁ ସମ୍ଭାଳିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା। ଆଦିଲଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି, ପୋଲିସର କଷ୍ଟଡିରେ ତାଙ୍କୁ ମାଡ଼ ମାରିଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

ଦାବଣଗେର ପୋଲିସ ଏସପିଙ୍କ କହିବା ଅନୁସାରେ,   ମୃତଦେହକୁ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯିବ।   ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ କହିଛି, ଆଦିଲକୁ ମାରପିଟ୍ କରାଯାଇ ନାହିଁ। କାରଣ ଦେହରେ କୌଣସି ଆଘାତ ଚିହ୍ନ ନାହିଁ। ଥାନାକୁ ଆଣିବାର ୬ ରୁ ୭ ମିନିଟ୍ ଭିତରେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଡାକ୍ତର ମଧ୍ୟ କହିଛନ୍ତି ଯେ, ବ୍ଲଡ ପ୍ରେସର ବଢିଯିବା କାରଣରୁ ଅଭିଯୁକ୍ତର ମୃତ୍ୟୁ ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.