ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ନେତାଙ୍କ ସୋସିଆଲ ମିଡିଆରେ ଆଉ ଦେଖିବାକୁ ମିଳିବ ନାହିଁ ‘ମୋଦୀ କା ପରିବାର’

Image Courtesy: ndtv

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପିର ସବୁ ନେତା ଏବଂ କାର୍ଯ୍ୟକର୍ତ୍ତା ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ବାୟୋରେ ‘ମୋଦୀ କା ପରିବାର’ ବୋଲି ଲେଖିଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜ ନିଜର ସୋସିଆଲ ମିଡିଆ ପ୍ରୋଫାଇଲରୁ ମୋଦୀ କା ପରିବାର ହଟାଇବାକୁ ଅପିଲ୍‌ କରିଛନ୍ତି । 

ପିଏମ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ‘ନିର୍ବାଚନ ପ୍ରଚାର ସମୟରେ ସମଗ୍ର ଦେଶର ଲୋକେ ମୋ ପ୍ରତି ସ୍ନେହର ପ୍ରତୀକ ରୂପେ ନିଜ ସୋସିଆଲ ମିଡିଆରେ ମୋଦୀ କା ପରିବାର ଯୋଡ଼ିଥିଲେ । ଏହା ମୋତେ ବହୁତ ଶକ୍ତି ଦେଇଛି । ଭାରତବାସୀ ଲଗାତାର ତୃତୀୟ ଥର ଲାଗି ଏନଡିଏକୁ ବହୁମତ ଦେଇଛନ୍ତି । ଯାହା ଏକ ପ୍ରକାର ରେକର୍ଡ ଏବଂ ଦେଶ ପାଇଁ କାର୍ଯ୍ୟ ଜାରି ରଖିବାକୁ ଆମକୁ ଜନାଦେଶ ମିଳିଛି ।’

ଏହା ସହ ମୋଦୀ ଆହୁରି ଲେଖିଛନ୍ତି ଯେ, ‘ଆମେ ଏକ ପରିବାର ବୋଲି ଦୃଢ଼ ସନ୍ଦେଶ ମଳିଛି । ଭାରତବାସୀ ପୁଣି ଥରେ ଧନ୍ୟବାଦ ଜଣାଉଛି । ଏହା ସହ ସୋସିଆଲ ମିଡିଆରୁ ମୋଦୀ କା ପରିବାର ହଟାଇ ଦେବାକୁ ଅନୁରୋଧ କରୁଛି । ଭାରତର ପ୍ରଗତି ପାଇଁ ଗୋଟିଏ ପରିବାର ଭାବରେ ଆମର ବନ୍ଧନ ମଜଭୁତ ଏବଂ ଅତୁଟ ହୋଇ ରହିଛି ।’ 

  • BJP
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.