ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ସେପ୍ଟେମ୍ବରରୁ ମୋହନ ସରକାରଙ୍କ ନିଯୁକ୍ତି ମେଳା, ୪ ମାସରେ ୩୫ ହଜାର ପଦବିରେ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୭/୮: ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ସରକାର । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ମାସରେ ନିଯୁକ୍ତି ମେଳା ଆୟୋଜନ କରି ସରକାର ନିଯୁକ୍ତିପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଖାଲି ପଡ଼ିଥିବା ପଦବିକୁ ଦୃଷ୍ଟିରେ ରଖି ବିଜ୍ଞାପନ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ୨୨ ହଜାର ପଦବିର ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୩ ଲକ୍ଷ ୯୯ ହଜାର ୬୬୬ଟି ମୂଳ ପଦବିରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବି ପୂରଣ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି କାର୍ଯ୍ୟ ଖସଡ଼ା । ୯୨ ହଜାର ୨୦୩ଟି ପଦବି ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇସାରିଛି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍‌ସୀଗୁଡ଼ିକୁ କୁହାଯାଇଛି । ଆସନ୍ତା ସେପ୍‌ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮ ହଜାର ୭୮୮ ଜଣ କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବର୍ଗକୁ ମିଶାଇ ୨୧, ୯୧୮ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ।

ସରକାରୀ ଭାବେ ଖାଲି ଥିବା ୧ଲକ୍ଷ ୩୨ହଜାର ୪୫୯ ପଦବିରୁ ବାକି ଥିବା ୪୦୨୫୬ଟି ପଦବିକୁ ଅନୁମୋଦନ ପ୍ରକ୍ରିୟା ଆସନ୍ତା ମାସ ସୁଦ୍ଧା ସାରିବାକୁ ବିଭାଗଗୁଡ଼ିକୁ ତୃତୀୟ ମହଲାରୁ ନିର୍ଦ୍ଦେଶ ଦିଆଯାଇଛି  । ଯେଉଁ ୯୨, ୨୦୩ ପଦବି କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି ସେଥିରୁ ୭୮,୯୧୯ଟି ପୂରଣ ପାଇଁ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍‌ସୀକୁ ନିର୍ଦ୍ଦେଶ ଜାରି ହୋଇଛି । ବଳକା ୧୩, ୨୮୪ ପଦବି ପୂରଣ ପାଇଁ ଚଳିତମାସ ସୁଦ୍ଧା ନିଯୁକ୍ତି ଏଜେନ୍‌ସୀକୁ ଅବଗତ କରାଇବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି ।

ଆସନ୍ତା ମାସରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୪୬ଟି ନିଯୁକ୍ତି ମେଳା ଆୟୋଜନ କରିବେ । ୩୪,୬୮୬ଟି ସରକାରୀ ପଦବୀର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ଟିଜିଟି,  କନଷ୍ଟେବଳ(କମ୍ୟୁନିକେସନ), ଜୁନିୟର ଏମଭିଆଇ, ମାଇନିଂ ଅଫିସର, ପୁଲିସ ଏସଆଇ, ବିଭିନ୍ନ ବାଟାଲିୟନ ପାଇଁ ୧୫୧୩ଜଣ କନେଷ୍ଟବଳ, ୨୭୧୨ ପ୍ରାଣୀଧନ ନିରୀକ୍ଷକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ୫୬୯ଜଣ କ୍ଲାସିକାଲ ଶିକ୍ଷକ ଆଦି ଅଛନ୍ତି । ଖାଲି ସରକାରୀ ପଦବି ପୂରଣକୁ ମୋହନ ସରକାର ସର୍ବାଧିକ ଫୋକସ୍‌ କରି ସମସ୍ତ ବିଭାଗ ଏହାକୁ ତ୍ୱରିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.