ନୂଆଦିଲ୍ଲୀ,୧୪।୯: ମରକ୍କୋରେ ଆସିଥିବା ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩ହଜାର ଛୁଇଁ ଯାଇଛି। ବିପତ୍ତିର କେନ୍ଦ୍ର ଆଟଲାସ୍ ପାହାଡ ଭିତର ଥିଲା। ଏମିତି ବି ଏହି ଆଫ୍ରିକୀୟ ଦେଶରେ ଭୂକମ୍ପ ଆସିବା ନୂଆ କଥା ନୁହେଁ, କିନ୍ତୁ ଏଭଳି ଧ୍ବଂସ ଗତ କିଛି ଦଶକରେ ଦେଖିବାକୁ ମିଳିନି। ଗୋଟିଏ ପଟେ ସରକାର ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି ତ ଅନ୍ୟପକ୍ଷେ କନ୍ସପରେନ୍ସି ଥିଓରିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
ପ୍ରକୃତରେ କିଛି ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଧ୍ବଂସର ଠିକ୍ ପୂର୍ବରୁ ଆକାଶରେ ରହସ୍ୟମୟୀ ଲାଇଟ୍ ଦେଖିବାକୁ ମିଳିଥିଲା। ଏହା ସହିତ ସନ୍ଦେହ କରାଯାଉଛି ଯେ, ଏହା ପ୍ରାକୃତିକ ବିପତ୍ତି ନୁହେଁ,ବଂର କୌଣସି ହାଇଟେକ୍ ଲ୍ୟାବ୍ର କାରସାତି। ଆମେରିକାର ମିଲିଟାରୀ ପୋଗ୍ରାମ୍ ହାର୍ପ (HAARP) କୁ ନେଇ ସନ୍ଦେହ ଉଠିଛି।
ଏହା ଆଲାସ୍କାରେ ଥିବା ଏକ ଲ୍ୟାବରେ ଆମେରିକାର ପ୍ରୋଜେକ୍ଟ, ଯାହାକି ରେଡିଓ ଟ୍ରାନ୍ସମିଟର ସାହାଯ୍ୟରେ ଉପର ବାତାବରଣ (ଆୟନମଣ୍ଡଳ)ର ଅଧ୍ୟୟନ କରିଥାଏ। ୨୦୨୨ ରେ ଏହା ପାଣିପାଗ ଉପରେ ବହୁ ବଡ ପ୍ରୋଜେକ୍ଟ ଆରମ୍ଭ କରିଛି, କିନ୍ତୁ କେବେ ବି କହିନି ଏଥିରେ ଭୂକମ୍ପ ଆଣିବାରେ କ୍ଷମତା ରହିଛି। ପୂର୍ବରୁ ମଧ୍ୟ ପ୍ରାକୃତିକ ବିପଦକୁ ନେଇ ‘ହାର୍ପ’ ସନ୍ଦେହ ଘେରରେ ରହିଛି। ବହୁ ଦେଶରେ ଆସିଥିବା ଭୂକମ୍ପ, ସୁନାମୀ ଓ ଭୂସ୍ଖଳନ ପାଇଁ ଏହି ରିସର୍ଚ୍ଚ ସଂସ୍ଥାକୁ ଦୋଷୀ ବୋଲି କୁହାଯାଇଛି।
ମିଲିଟାରୀ ଲ୍ୟାବ୍ର ଅଫିସିଆଲ ଓ୍ବେବସାଇଟ୍ରେ ଲେଖାଯାଇଛି, ଯେଉଁ ରେଡିଓ ଫ୍ରିକ୍ବେଏନ୍ସି ପଠାଇଥାଏ, ତାହା ପୃଥିବୀର କୌଣସି ସ୍ତରରୁ ଅବଶୋଷିତ ହୋଇପାରିନଥାଏ। ଏଥିରେ ଏହି କଥାର କୌଣସି ପ୍ରଶ୍ନ ଉଠୁନି ଯେ ତାହା କୌଣସି ପ୍ରକାର ପାଣିପାଗକୁ କାବୁ କରି ପାରିବ। ସେ କେବଳ ଏହାର ଷ୍ଟଡି କରୁଛନ୍ତି। ଏହାପରେ ମଧ୍ୟ ରହି ରହିକି ପ୍ରଶ୍ନ ଆମେରିକାର ଏହି ସଂସ୍ଥା ଉପରେ ପ୍ରଶ୍ନ ଉଠୁଛି। ଏଭଳି କନ୍ସପରେସି ଥିଓରି ବହୁ ସମୟ ହେବ ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଛି ଯେ, ବହୁ ଦେଶର ପାଣିପାଗକୁ କନଟ୍ରୋଲ କରି ଅନ୍ୟ ଉପରେ ଆକ୍ରମଣ କରିବାର ଚେଷ୍ଟା କରିବ। ଏହି ଆକ୍ରମଣ ଅସ୍ତ୍ର କିମ୍ବା ପରମାଣୁ ବମ୍ରେ ହେବନି, ବଂର ପ୍ରାକୃତିକ ଭାବରେ ଲାଗିବ। ଯେପରି ବର୍ଷାକୁ କାବୁ କରିବାର ଏକ ଦେଶ,ନିଜର ଶତ୍ରୁ ଦେଶରେ ମରୁଡି ଆଣିଛି।